ପୃଷ୍ଠା:Chha mana atha guntha.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେବେ ମନୁଷ୍ୟ ଭାସି ଯାଉଥିବାବେଳେ ବାଘ ଲାଞ୍ଜଟା ମଧ୍ୟ ହାତରେ ପଡ଼ିଲେ ଛାଡ଼େ ନାହିଁ ।

ଓକିଲ ରାମ ରାମ ଲାଲ କାର୍ଯ୍ୟବେଳେ ଖୁବ୍ ଚଞ୍ଚଳ । ଦୁଇଘଣ୍ଟା ମଧ୍ୟରେ ସିଠାମ କିଣି କବଲା ଚିଠା, ସାଫି ଶେଷ କଚେରୀରେ କାର୍ଜିଖାନାରେ କବଲା ରେଜଷ୍ଟରୀ ସମାପ୍ତ । ଓକିଲ ସାହେବ ଶେଷରେ କହିଲେ -"ମଙ୍ଗରାଜେ ! ଆପଣ ବେପାରବାଏ ହାଜତଖାନାରେ ବସିଥାନ୍ତୁ, ମୁଁ ଅଛି, ଚିନ୍ତା ନାହିଁ ।"