ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ଛିଣ୍ତାଛାଞ୍ଚୁଣି, ଜଳପୂର୍ଣ୍ଣ ବଦ୍ନା, ଦୁଇ ଚାରିଟା ମଦକି ହୁକା, ଗୁଡ଼ାଖ ଗୁଲ ମଦତ ଓ ଗଞ୍ଜେଇ ପାଉଁଶ, ପିଆଜଚୋପା, ଛେଳିଲଣ୍ତି ଆବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡିଅଛି । ସବୁଠାରୁ ବେଶି ଭାଗ ପାନପିକ, ପାନସିଠା । ଆମ୍ଭେମାନେ ସ୍ୱକୀୟ ବୁଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଅଛୁଁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣୀ ବୁଲେ, ନୋହିଲେ କୋଣରେ ଏତେ ଅଳିଆ କାହୁଁ ଠୁଳ ହେଲା । ଘର ଉପର ଭଙ୍ଗା । କାର୍ଣ୍ଣିସ ମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରୀରେ ଆଇନ ପୋଥି ସଜାଡ଼ିଦେଇ ତକିଆରେ ଆଉଜି ଓ ମକେଲକୁ ଚାହିଁ ବସିଥାନ୍ତି, ବୁଢ଼ିଆଣୀମାନେ ସେହିପରି ଜାଲ ଟାଙ୍ଗୀ ମଶାଟି, ମାଛିଟିକୁ ଚାହିଁ ବସିଅଛନ୍ତି । କଡ଼ି ଫାଙ୍କମାନଙ୍କରେ ଘରଚଟିଆ ମାନଙ୍କର ମଜଲିସ୍ । ସେହି ମଜଲିସ୍ରୁ ବେଳେବେଳେ ଯାହା କୁଟାକେରାଏ, ଖଡ଼ିକାଖଣ୍ତେ ଖସୁଅଛି । ତଳେ ମଜଲିସ ଆଜି ନିସ୍ତବ୍ଧ । ମିଆଁ ସାହେବ ଗାଲରେ ହାତ ଦେଇ ଗୁମ ଖାଇ ବସିଛନ୍ତି; ଓୟାଟର୍ଲ ଯୁଦ୍ଧରେ ହାରି ନେପୋଲିଅନ ଏପରି ଭାବନାରେ ବସିପାରି ନଥିଲେ । କାରଣ ସେଣ୍ଟ୍ ହେଲେନା ପଠାଇବା ପାଇଁ ଇଂରେଜମାନେ ତାହାଙ୍କୁ ଧରପଗଡ଼ କରୁଥିଲେ । ଆଗରେ ସାତ ଜଣ ମୋସାହେବ ଭାବନାରେ ବସି ଢ଼ୋଳା ଉଛନ୍ତି, ଓସ୍ତାଦ୍ ଜୀ ବକାଉଲା ଖାଁ ଦୁଇଗୋଡ଼ କୁଣ୍ତାଇ ଦାଢ଼ିଟିକୁ ଆଣ୍ଠୁ ଉପରେ ନଦିଦେଇ ବସିଅଛନ୍ତି । ପଠାଣ ଘର ତଲାକଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡ଼ିଆରେ ବାଇଜିହାଣ୍ତି ପରି ତବଲା ଦୁଇଟା ଗଡୁଅଛି । ଘରର ଗୋଟିଏ କୋଣରେ ଖିଜ୍ମତ୍ଦାର ଫତୁଆ ବାଁ ହାତରେ କଣ ଗୋଟାଏ ପଦାର୍ଥ ରଖି ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ଚିପୁଛି, ବେଳେବେଳେ ମଝି ଆଙ୍ଗଳିରେ ବୁନ୍ଦା ବୁନ୍ଦା ପାଣି ପକାଇଛି, ମୁନ୍ସୀ ଜାଦେର ବକସ ଏକ ଖଣ୍ତ କାଗଜରେ ଲେଖା ଡାବ ଧରି ଦିପୋଟୀ ଆଗରେ ଚୋର ଆସାମୀ ପରି ଛିଡା ହୋଇଅଛନ୍ତି । ମିଆଁ ସାହେବ କହିଲେ --"ବନ୍ଦେ ନୱାଜ, ମୁଁ ଦିନଯାକ ବୁଲିଲାଣି, କାହିଁ କିଛି ପଟିଲା ନାହିଁ । "ମହାଜନ ରାମଦାସ କହିଲା,"
ପୃଷ୍ଠା:Chha mana atha guntha.pdf/୩୩
Appearance