ପୃଷ୍ଠା:Chha mana atha guntha.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛିଲାଭହୁଏ । ମଙ୍ଗଳାଙ୍କଠାରେ ସାରିଆର ଭକ୍ତି ଦେଖି ବୁଝୁଅଛି, ତାହା ମନରେ କଷ୍ଟ ଜାତ ହୋଇଅଛି । ସାରିଆ ପିଣ୍ତାରେ ବସି ନଟି ବୁଲାଉଥିବାବେଳେ ଦାଣ୍ତରେ କୌଣସି ସାନପିଲା ଖେଳୁଥିବାର ଦେଖିଲେ ତାହା ହାତ ନଟେଇଟା ବୁଲେ ନାହିଁ । ଉଆଁସ ପୁନାଇରେ ଘରେ ପିଠାଟିଏ, ଛେନାଟିକିଏ ହେଲେ ସାରିଆ ନିଃଶ୍ୱାସ ପକାଏ । ଭଗି ରାଣ ନିୟମ ପକାଇ ନ ଖୁଆଇଲେ ଖାଏ ନାହିଁ । ସେଦିନ ସାନ କସ୍ତା ଯୋଡ଼ଟିଏ ଜଣେ ଫରମାସ ଦେଇ ଭଗି ପାଖରୁ ବୁଣାଇ ନେଲା । ଯୋଡ଼ଟି ବୁଣା ଗଲା ବାଦ୍ ସାରିଆ ତାକୁ ଓଳିଏ ଯାଏ ଚଉତିବାବେଳେ ତା ଆଖିରେ ପାଣି ଢଳଢଳ ହେଉଥିବାର ଭଗି ଦେଖି ଗୋଟାଏ ଲମ୍ବନିଃଶ୍ୱାସ ପକାଇଲା ।