ପୃଷ୍ଠା:Chha mana atha guntha.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଦାୟ ହୋଇଗଲା ବାଦ ତାଙ୍କ ରୂପ ଗୁଣ ବିଷୟରେ ଢେର ସମାଲୋଚନା ହେଲା । ସମସ୍ତେ ପ୍ରଶଂସା କଲେ, କେହି ରୂପର, କେହି ଗୁଣର, କେହି ଅଳଙ୍କାରର, କେହି ପାଚିଲା କଦଳୀର; ମାତ୍ର ମାଣିକ କହିଲା, 'ହେଲା ହଁ, ବଡ଼ଲୋକ ଘର, ରୂପଟା ଏକା ସେ ରୂପ ନୁହେଁ, ଛାମୁଦାନ୍ତ ଦିଟା ବାହାଡ଼ା, ଗାଲ ଦୁଇଟା ଉଆଉ ଫଡ଼ାପରି । "ହଗୁରା ମା କହିଲା, କଥାଟାରେ ତାର ମିଠା ନାହିଁ, ଠୋସ୍ ଠୋସ୍ ।" ମୁତୁରୀମା କହିଲା, ଚାଲିଟା ଧସ୍ ଧସ୍ । "ଶଂକ୍ରୀ କହିଲା," ହଁ ହଁ ହସଟା ଫସ୍ ଫସ୍ । "ଶୁକ୍ରୀ କହିଲା," ଚାହାଣିଟା କସ୍ ମସ୍ ।" ମୁହୂର୍ତ୍ତ ମଧ୍ୟରେ 'ଏକୋହି ଗୁଣରେ ଦୋଷ ସନ୍ନିପାତ' ହୋଇଗଲା । ନୂଆବୋହୂକୁ ମାଉସୀ ସମ୍ବନ୍ଧରେ ଅନେକ ପ୍ରଶ୍ନ କରାଗଲା, ମାତ୍ର ସେ ଏତିକି କହିଲା - "ଟାଙ୍ଗୀ ମାଉସୀ ।"