Jump to content

ପୃଷ୍ଠା:Chha mana atha guntha.pdf/୬୬

ଉଇକିପାଠାଗାର‌ରୁ
(ପୃଷ୍ଠା:Chha mana atha guntha.pdf/66ରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ପୁରୁଣାକଥା, ସେଗୁଡାକ ଲେଖିଲେ କଣ ହେବ ? କିଆ ଗୋହିରୀରେ କେତେ ଯୁଣ ବୁଣାସରିଲାଣି, ବରଚକ ଆଜି ଦୋହଡ଼ା ସରିଲା, ରାମାବଡ଼ ଗହୀରରେ ଅଖିମୁଠି ପକାଇଲା, ଭୀମା ବଳଦ ଚଞ୍ଚଳିଆ, ସାଆନ୍ତ ଘର ଧଳାବଳଦ ଯୋଡ଼ାକ ବଳଦ ନୁହନ୍ତି ତ, ଯୋଡ଼ାଏ ହାତୀପିଲା, ମୁଁ କସରାବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି, ସାଆନ୍ତ ଘର କରଜ ଅମାର ଏହିମାସରେ ଫିଟିବ, ଏହିମାସ ପନ୍ଦର ଦିନରେ ଶ୍ରାବଣ ପଶିବ, ନାହାକ କହିଛି ଲଗାଣ ହେବ । ଏ ସବୁ କଥା ସମସ୍ତଙ୍କୁ ଜଣା, ଅଧିକ କରି କଣ ଲେଖିବୁଁ ?

--o--