ପୃଷ୍ଠା:First Printing Press of Baleswar.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାବୁ ଦାମୋଦରପ୍ରସାଦ ଦାସ (ସମ୍ପାଦକ ଏବଂ କୋଷାଧ୍ୟକ୍ଷ)
ବାବୁ ଫକୀରମୋହନ ସେନାପତି
ବାବୁ ରାଧାନାଥ ରାୟ

ସଭାରେ ସ୍ଥିର ହେଲା-“ଉତ୍କଳର ସମସ୍ତ ପ୍ରାଚୀନ କାବ୍ୟ ଛାପା କରାଯାଉ । ପ୍ରଥମେ ରସକଲ୍ଲୋଳ ଛାପା ହେବ । ଏହାର ବସୟଲବ୍ଧ ଧନ ଯୋଗେ ଅନ୍ୟାନ୍ୟ ପୁସ୍ତକ ଛାପା କରାଯିବ । ରସକଲ୍ଲୋଳ ଛାପାଖର୍ଚ୍ଚ ସଂଗ୍ରହ ସକାଶେ ଗୋଟିଏ କୋମ୍ପାନୀ ସ୍ଥାପିତ ହେବା ; ଏହାର ଏକ ଅ°ଶର ମୂଲ୍ୟ ଯୋଡ଼ିଏ ଟଙ୍କା ।" ତିନି ଚାରି ମାସ ପରିଶ୍ରମରେ ଅଢ଼େଇ ଶତ ଶଙ୍କା ମୂଳଧନ ସଂଗ୍ରହ କରାଗଲା । ତତ୍ପରେ ଆମ୍ଭେମାନେ ରସକଲ୍ଲୋଳର ଟୀକା କରିବାକୁ ଆରମ୍ଭ କଲୁଁ । ପ୍ରତିଦିନ ରାତ୍ରି ୭ ଘଣ୍ଟା ଠାରୁ ୯ ଘଣ୍ଟାପର୍ଯ୍ୟନ୍ତ ଟୀକା ଲେଖା କାର୍ଯ୍ୟ ଚଳେ । ଟୀକା ଲେଖା ସରିନାହିଁ, ସଭା ବିଚାରିଲା ଯେ, ଯଦି ନିଜର ଗୋଟିଏ ପ୍ରେସ୍ ନ ଥାଏ, ରସକଲ୍ଲୋଳ ଛାପା ହେଲ ପରେ ଉକ୍ତ ପୁସ୍ତକ ସମ୍ପୂର୍ଣ୍ଣରୂପେ ବିକ୍ରି ନ ହେବା ପର୍ଯ୍ୟନ୍ତ, ଅନ୍ୟ ପୁସ୍ତକ ଛାପା ହେବା ପାଇଁ ଅର୍ଥ ମିଳବ ନାହିଁ ; ସେଥିପାଇଁ ଅନେକକାଳ ଅପେକ୍ଷା କରିବାକୁ ହେବ । କନ୍ତୁ ନିଜର ଯଦି ଗୋଟିଏ ପ୍ରେସ୍ ଥାଏ, ଏକ ସଙ୍ଗରେ ଅନେକ ପୁସ୍ତକ ଛାପା ହୋଇ ପାରିବ । ଏଥିପୂର୍ବେ କଟକରେ ପ୍ରିଣ୍ଟିଂ କମ୍ପାନୀ ସ୍ଥାପିତ ହୋଇଥିଲା । ଆମ୍ଭେମାନେ ସ୍ଥିର କଲୁ ଯେ, ଉକ୍ତ କୋମ୍ପାନୀର ଆଦର୍ଶରେ ବାଲେଶ୍ୱରରେ ଗୋଟିଏ ପ୍ରିଣ୍ଟି° କୋମ୍ପାନୀ ସ୍ଥାପନ କରାଯିବ । ରସକଲ୍ଲୋଳର ଟୀକା କାର୍ଯ୍ୟ ରହିତ ହେଲା । ତାହାର ଛାପା ପାଇଁ ଯେଉଁ ଅର୍ଥ ସଂଗୃହୀତ ହୋଇଥୁଲ, ତାହା ଆଉ କୋଷାଧ୍ୟକ୍ଷ ଫେରାଇ ଦେଇ ନାହାନ୍ତି ।

୧୮୬୮ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରରେ ଗୋଟିଏ ଛାପାଖାନା ସ୍ଥାପନ କରିବାର କଥା ସ୍ଥିରହେଲା । ସେହି ଛାପାଖାନାର ନାମ ହେଲ ପି. ଏମ୍ ସେନାପତି ଏଣ୍ଡ କୋ—ଉତ୍କଳ ପ୍ରେସ୍ । ଏକ ଅଂଶର ମୂଲ୍ୟ ପାଞ୍ଚ ଟଙ୍କା । ସଭାର ଚାରିଜଣ ସଭ୍ୟ କୋମ୍ପାନୀର ମୂଳଧନ ସଂଗ୍ରହ ସକାଶେ ପଦାକୁ ବାହାର ପଡ଼ିଲୁଁ । କେହି ପ୍ରେସର ଉପକାରିତା ବୁଝି, କେହି ବା ଲାଭ ପ୍ରତ୍ୟାଶାରେ, ଥୋକେ ଆମ୍ଭମାନଙ୍କ ପୁନଃ ପୁନଃ ପ୍ରାର୍ଥନାରେ ପ୍ରେସ୍


୧। ରସକଲ୍ଲୋଳ ଷୋଡ଼ଶ ଶତାବ୍ଦୀର କବି ଦୀନକୃଷ୍ଣ ଦାସଙ୍କ ଲିଖିତ ରାଧାକୃଷ୍ଣ ପ୍ରେମ ସମ୍ବଳିତ ଛାନ୍ଦକାବ୍ୟ ।