ପୃଷ୍ଠା:Gauracharana Gitabali.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୦
ଗୌରଚରଣ ଗୀତାବଳୀ

କି ରଙ୍ଗରେ ଦେଖ ନାଟ କରୁଅଛି
କରି କି ଚାହାଣୀ ନାସାଫଳା ଟି
ଏଡ଼ିକି ଦିନୁଁ ତ ହେଲାଣି ଏସନ
ବଡ଼ ହେଲେ କି ନ କରେ ଭଲାଟି ।୧।
ମୋ ମନେ ମଣୁଛି ପ୍ରତି ଘରେ ଘରେ
ଫିଟାଇବ କେତେ କବାଟ ତାଟି
ଏତିକି ବେଳୁ ତ ଦେଖାଇ ହେଲାଣି
ମଦନଛଇକି ଆଖି ତରାଟି ।୨।
ଏକ ବିପରୀତ ଦେଖିଲି ଗୋ ମିତ!
ଦେଖା ଶୁଣା ନାହିଁ ଯାହା କଲା ଟି
ଭାରକ ଗୋରସ ତାର କରେ ଦେଲି
କବଳକେ ତାହା ଦେଲା ତ ଚାଟି ।୩।
ଆଉ କେତେ କେଉଁ ଭେଳିକି କରିବି
ରହିଥା ଦେଖିବ ନ କର ପାଟି
ଗୌରଦ୍ୱିଜ ବୋଲେ ମନେପକାଇବ
କୁଞ୍ଜବନ ନିଧୁବନ କଥା ଟି ।୪।


[ତେୟାଅଶି]

ନାଟୁଆ କହ୍ନା
ଦେଖିବା ଆସ କହ୍ନାଇ ନାଟ ଗୋ
ନନ୍ଦଘରେ ଆଜି ଆନନ୍ଦ ହାଟ ଗୋ ।ଘୋଷା।
ପାଟ କାଛି ପିନ୍ଧି ଯଶୋଦା ଚାଟ
କିଆତି ଭାଙ୍ଗିରେ ମାରେ କୁହାଟ ଗୋ ।୧।