ପୃଷ୍ଠା:Gauracharana Gitabali.pdf/୧୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୧
ଗୀତ କଳ୍ପତରୁ

ଚଉପାଶେ ରୁଣ୍ଡ ଆଭିରୀଥାଐ
ମଧ୍ୟେ ବନମାଳୀ କାଳିଆ ଭାଟ ଗୋ ।୨।
ଚାହିଁ ତା ମୁରୁକି ହାସ ଜମାଟ
ଭଲା ନ ହେବ କା ମନ ଉଚ୍ଚାଟ ଗୋ ।୩।
ଗୌର ଦ୍ୱିଜ ଭଣି ସେ ନଟରାଟ
ଦର୍ଶନେ ଜଞ୍ଜାଳଦଉଡ଼ି କାଟ ଗୋ ।୪।



[ଚଉରାଅଶି]

ନଟବର

ଗୋପୀ ଦେଇ କରତାଳିକି । ନଚାଇଲେ ପିଲା ବନମାଳୀକି
କରେ ବାଇ ତାଳ ନାଚନ୍ତି ଗୋପାଳ ଅନାଇଁ ମନାଇଁ ବ୍ରଜବାଳୀଙ୍କି । ଘୋଷୋ ।
କେ କରେ ଉକୁଟ ତାନରେ
କେହୁ ରସେ ଗୀତ ଗାନରେ
ବାଜେ କିଣିକିଣି କଟିର କିଙ୍କିଣି
ନାଚିବାର ତାନମାନରେ ।୧।
ରାମ ନାଚୁଛାନ୍ତି ବାଦରେ
କୃଷ୍ଣଙ୍କୁ ଅନାଇଁ ଆଦରେ
ବାଜେ ଝୁମୁଝୁମୁ ଝୁମୁକି ନୂପୁର
ରୋହିଣୀନନ୍ଦନ ପାଦରେ ।୨।
ଶ୍ରୀକୃଷ୍ଣ ମୁଖକୁ ଅନାଇଁ
କେଉଁ ଗୋପୀ କହେ ଘେନାଇଁ