ପୃଷ୍ଠା:Gauracharana Gitabali.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୩
ଗୌରଚରଣ ଗୀତାବଳୀ

ରାମଙ୍କର ନାଟ ଅଧିକ ହେଲା ର
ତୁମ୍ଭେ କି ନାଚିଲ କହ୍ନାଇଁ ।୩।
ଗୋପୀମାନେ ଛଳବାଣୀକି
କହିବାରୁ ବେଣୁପାଣିଙ୍କି
ପାଦ ଛନ୍ଦି ନାଟ କଲେ ନନ୍ଦଚାଟ
ପ୍ରକାଶି ତ୍ରିଭଙ୍ଗିଠାଣିକି ।୪।
କେ ବୋଲେ ରେ ଧନ୍ୟ କାଳିଆ!
ଭଲା ରେ କାଇଞ୍ଚମାଳିଆ
କାହିଁ ରଖିଥିଲୁ ଏ ଭଙ୍ଗିନର୍ତ୍ତନ
ଗୋପସୁତସଙ୍ଗମେଳିଆ ।୫।
ଯାହା ଶ୍ରୀଚରଣ ଧ୍ୟାନରେ
ବ୍ରହ୍ମା ଶିବ ସାବଧାନ ରେ
ସେ ପୁଣି ଗୋପରେ ନୃତ୍ୟ କରୁଛନ୍ତି
ଗୋପୀଙ୍କର ଅବଧାନରେ ।୬।
ଗଉରଚରଣ ମାନକୁ
ନ କହିବ ଆଉ ଆଙ୍କୁ
ଆହେ ଦୀନବନ୍ଧୁ କରୁଣାନିଧାନ !
କର ଏହି ଅବଧାନକୁ ।୭।