ପୃଷ୍ଠା:Gauracharana Gitabali.pdf/୧୩୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୪
ଗୌରଚରଣ ଗୀତାବଳୀ

[ପଞ୍ଚାଅଶି]

ସ୍ନେହାତୁରା ଯଶୋଦା

(ରାଗ ମହ୍ଲାର ତାଳ ତ୍ରିପୁଟା)

ଶ୍ୟାମ ! ନ ଯା ନ ଯା ବନରେ ଶ୍ୟାମ ନ ଯା ବନ
ବାବୁ ! ତୁ ମୋ ଜୀବଧନ ରେ । ଘୋଷା ।
ଆରେ ବାପ ବନମାଳୀ ତୁ ମୋ ନୟନପିତୁଳି
ତୋ ବିହୁନେ ଏ ଭୁବନ ଶୂନ୍ୟ ରେ ।୧।
ଦଣ୍ଡେ ନ ଦେଖିଲେ ତୋତେ କୋଟି ଯୁଗ ହୁଏ ମୋତେ
ମୁହିଁ ରଙ୍କ ତୁ ମୋ ରତନ ରେ ।୨।
ଡରୁ ଅନ୍ଧାର ଘରକୁ ମାଆ ମାଆ ବୋଲି ଡାକୁ
ଭୟେ ହେଉ ତୁ ଛନ ଛନ ରେ ।୩।
କାଲି ତୋତେ କୋଳେ ଘେନି ଶୋଇଥିଲି ମୁଁ ରଜନୀ
ଦେଖିଲି ମୁଁ ପାପ ସପନ ରେ ।୪।
ଦଣ୍ଡେ ହୋଇଲେ ଉଛୁର ଭୋକେ ହେଉ ଥର ହର
ବନେ କରିବୁ କି ଭୋଜନ ରେ ।୫।
ଦ୍ୱିଜ ଗୌର କହେ ଦୁଃଖୀ ଯେବେ ଯିବୁ ବଛା ରଖି
ତୋ ସଙ୍ଗେ ମୁଁ ଯିବି କାନନ ରେ ।୬।