ପୃଷ୍ଠା:Gauracharana Gitabali.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୭
ଗୌରଚରଣ ଗୀତାବଳୀ

ଫୁଟିଯାଏ ଆଖି ତୋତେ ନ ଦେଖିଲେ ଦଣ୍ଡେ
ତୁ ଆସିବା ଯାଏଁ ପ୍ରାଣ ଥିବ ଟି କି ପିଣ୍ଡେ ରେ ।୧୦।
ବଛା ରଖିବାରୁ ଧନ ବଡ଼ପଣ ଯେତେ
ଲୋଡ଼ାନାହିଁ ମୋର କ୍ଷଣେ ନ ଛାଡ଼ିବି ତୋତେ ରେ ।୧୧।
ଗୌର କହେ ଶ୍ରୀମୁଖକୁ ଚାହିଁଥିଲେ ତୋର
କୋଟି ଇନ୍ଦ୍ର ସମ୍ପତ୍ତି ମୁଁ ମଣୁଥାଇ ଛାର ରେ ।୧୨।