ପୃଷ୍ଠା:Gauracharana Gitabali.pdf/୪୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗୌରଚରଣ ଗୀତାବଳୀ

ଗୀତ କଳ୍ପତରୁ

ପ୍ରଥମ ଶାଖା

ଗୌରଚରଣ ଗୀତାବଳୀ

[ଏକ]
ଶ୍ରୀଗୁରୁ ବନ୍ଦନା
(ରାଗ ବଙ୍ଗଳାଶ୍ରୀ, ତାଳ ଆଦିତାଳ)
ବନ୍ଦୁ ଗୁରୁପଦ ଅମୂଲ୍ୟ ସମ୍ପଦ
ସକଳ ବେଦର ଗାର
ଯେ କୃପାରୁ କରି ପଙ୍ଗୁ ଲଙ୍ଘେ ଗିରି
ଯେ କରେ ଭବାବ୍ଧି ପାର ।୧।
ଦେଇ ଜ୍ଞାନାଞ୍ଜନ ଚକ୍ଷୁ ଉନ୍ମୀଳନ
କରାଇଲେ ଯେ ସାକ୍ଷାତେ
ଅଜ୍ଞାନ ତିମିରେ ଅନ୍ଧ ହୋଇଥିଲି
ତ‌ହୁଁ ଉଦ୍ଧରିଲେ ମୋତେ ।୨।
ଅଶରଣ ଜନ ଶରଣରକ୍ଷଣ
ପତିତ-ପାବନ-କାରୀ
ଶ୍ରୀଗୌର ଗୋବିନ୍ଦ ଆବେଶ ମୂରତି
ସନ୍ତ‌ତ ସଦ୍‌ବେଶଧାରୀ ।୩।