ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମ୍ଳେଚ୍ଛନିବହନିଧନେକଳୟସି କରବାଳଂ, ଧୁମକେତୁମିବକିମପି କରାଳଂ କେଶବ । ଧୃତ-କଳ୍କିଶରୀର ଜୟ ଜଗଦୀଶ ହରେ ।୧୪। ସଖି ଅଳିଯୁଥ କୁସୁମକୁଳେ । ମଧୁ ଆଶେ ବସିଛନ୍ତି ଚୂତ ବକୁଳେ । ମଦନେ ଉନ୍ନତ୍ତ ଅତି ପଥିକ ପ୍ରିୟା । ବିଳାପ କରନ୍ତି ଯହୁଁ ନଇଲେ ନାହା ।୧୪। ଦେଖ ସଖି ନବଦଳ ତମାଳବନ । କସ୍ତୁରୀ ଲେପନ ପ୍ରାୟ ଅତି ଶୋଭନ ।୧୫। ଯୁବାଜନହୃଦୟ ବିଦାରିବା ପାଇଁ । ଫୁଟିଛି କିଂଶୁକ କାମ ନଖ କି ଏହି ।୧୬। ନାଗେଶ୍ୱର କୁସୁମର ବିକଚ ଶୋଭା । ମଦନରାୟ କନକଦଣ୍ତରପ୍ରଭା ।୧୭। ପାଟଳିକୁସୁମେ ବସେ ମଧୁପଶ୍ରେଣୀ । ମକରଧ୍ୱଜର ଶର ଭାରତୀ ଜାଣି ।୧୮। ଦେବ ସଖି ବିକଶିତ କରୁଣୀପୁଷ୍ପ । ଜଗତଜନଙ୍କୁ ହସିବାର ସ୍ୱରୂପ ।୧୯।