ଗୀତଗୋବିନ୍ଦ ।
ପ୍ରଥମସମାଗମଲଜ୍ଜିତୟା ପଟୁ ଚାଟୁ ଶତୈରନୁକୁଳଂ । ମୃଦୁମଧୁରସ୍ମିତଭାଷିତୟା ଶିଥିଳୀକୃତଜଘନଦୁକୂଳଂ ।୧୨। କିଶଳଶୟନନିବେଶିତୟା ଚିରମୁରସି ସମୈବ ଶୟାନଂ । କୃତପରିରମ୍ଭଣ ଚୁମ୍ବନୟା ପରିରଭ୍ୟ କୃତାଧରପାନଂ ।୧୩। ଅଳସନିମୀଳିତ ଲୋଚନୟା ପୁଲକାବଳିଲଳିତକପୋଳଂ । ଶ୍ରମଜଳସିକ୍ତକଳେବରୟା ବରମଦନମଦାଦତିଲୋଳଂ ।୧୪। କୋକିଳକଳରବକୂଜିତୟା ଜିତମନସିଜତନ୍ତ୍ରବିଚାରଂ । ଶ୍ଳଥକୁସୁମାକୁଳକୁନ୍ତଳୟା ନଖଲିଖିତଘନସ୍ତନଭାରଂ ।୧୫। ଚରଣରଣିତମଣିନୂପୁରୟା ପରିପୂରିତସୁରତବିତାନଂ । ମୁଖରବିଶୃଙ୍ଖଳ ମେଖଳୟା ସକଳଗ୍ରହଚୁମ୍ବନଦାନଂ ।୧୬। ରତିସୁଖସମୟରସାଳସୟା ଦରମୁକୁଳିତନୟନସରୋଜଂ । ନିଃସହନିପତିତତନୁଲତୟା ମଧୁସୂଦନମୁଦିତମନୋଜଂ ।୧୭।
ଥିବଇଁ ତହିଁ । ନ ଦେଖି ଚକିତ ହୋଇବେ ହରି । ଚାହିଁବେ ଦିଗେ ଦିଗେ ଅନୁସରି । ପଶିବେ ସେ ବନ । ହସିବେ ମୋର ପାଇଣ ଦର୍ଶନ ।୧୪। ପ୍ରଥମେ ତାର ମୋହର ସଙ୍ଗତ । ଲଜ୍ଜାଭରେ ମୋ ତନୁ ସଙ୍କୁଚିତ । ବିବିଧ ପ୍ରକାରେ ଚାଟୁ ଯେତେକ । କହିବେ ମୃଦୁ ମଧୁର ଅନେକ । ମୋ ହାସ୍ୟ ବଚନ । ଫେଡ଼ିବେ ଘନ ଜଘନୁ ବସନ ।୧୫। ନବୀନ ପଲ୍ଲବ ଶଯ୍ୟା ଉପରେ । କୃଷ୍ଣଙ୍କୁ ଆଣ ଶୁଆଇବି ଉରେ । କରିବି ଗାଢ଼ଭରେ ଆଲିଙ୍ଗନ । ନଳିନବଦନେ ଦେବି ଚୁମ୍ବନ । ଉତ୍ସୁକରେ ମନ । ଅମୀୟ ଅଧରୁ କରିବି ପାନ ।। ମଦନମତ୍ତଭରେ ଅତି ଭୋଳ । ହୋଇଥିବି ମୁହିଁ ଅତି ଚଞ୍ଚଳ । ସକଳରେ କଳେବର ଶ୍ରମଝାଳେ । ପୁଲକିତ ଘନ କପୋଳ ତଳେ । ଅଳସିତ ଘେନି । ବୁଜି ହୋଇଥିବ ନୟନ ବେନି ।୧୭। କାମ ଶାସ୍ତ୍ରେ ମୋର ସୁରସବାଣୀ । କୋକିଳ ମୃଦୁଭାବ ଭାବ ଜାଣି । ଫୁଟିବ କୁନ୍ତଳୁଁ କବରୀଭାର । ଖସି କୁସୁମ ପଡ଼ିବ ଶଯ୍ୟାର । ଘନକୁଚ ବେନି । ଲେଖିବେ ହରି ତୀକ୍ଷ୍ଣ ନଖ ଘେନି । ୧୮। କଟିରେ