ଗୀତଗୋବିନ୍ଦ ।
ସାକୂତସ୍ମି ତମାଳକୁଳାକୁଳଗଳନ୍ଧମମିଲ୍ଲମୁଲ୍ଲାସିତ- ଭୂବଲ୍ଲୀକମଳିକଦର୍ଶିତଭୁଜାମୁଳାର୍ଦ୍ଧଦୃଷ୍ଟସ୍ତନଂ । ଗୋପୀନାଂ ନିଭୃତଂ ନିରୀକ୍ଷ୍ୟ ଗମିତାକାଂକ୍ଷଶ୍ଚିରଂ ଚିନ୍ତୟନ୍ ଅନ୍ତର୍ମୁଗ୍ଧମନୋହରଂ ହରତୁ ବଃ କ୍ଳେଶଂ ନବଃ କେଶବଃ ।। ଇତି ଶ୍ରୀଗୀତଗୋବିନ୍ଦେ ଅକ୍ଳେଶକେଶବେ । ନାମ ଦ୍ୱିତୀୟଃ ସର୍ଗଃ ।
କ୍ରୀଡ଼ା କରେ ବନେ । ତା ବଦନ କାନ୍ତି । ଦରହସିତ କି ସୁଧାଂଶୁଜ୍ୟୋତି ।୨୪। ଦେଖ ସଖୀ ନବକଢ଼ୀ ଅଶୋକ । ପ୍ରକାଶ ହୁଅନ୍ତେ ବଢ଼ଇ ଶୋକ । ତୋଟା କାନନ ସରୋବରକୂଳ । ସଧୀରେ ବହଇ ମଳୟାନିଳ । ଏ ଦହଇ ମନ । ହରି ବିନୁ ଏ ଅନଳ ସମାନ । ୨୫। ନବୀନ ବକୁଳ ଚୂତମୁକୁଳ । ଶିଖରେ ମତ୍ତଭରେ ଭୃଙ୍ଗକୁଳ । କରନ୍ତି ଭଣିତ ମଧୁରବାଣୀ । ଶୁଣି ଭ୍ରମ ଚିତ୍ତ ହୋଏ ମିତଣୀ । ମୁଁ କରିବି କିସ । ଜାଣିଲି କୃଷ୍ଣ ମୋହରେ ନିରାଶ । ୨୬। ଶୁଣ ସାଧୁଜନ ହରଷ ଚିତ୍ତ । ଅମୀୟପୂରିତ ହରି ଚରିତ । କୃଷ୍ଣ କ୍ରୀଡ଼ ଏହୁ ଚତୁର୍ଥ ଛାନ୍ଦ । ହରିବ ଦୁଃଖ ହୋଇବ ଆନନ୍ଦ । ସେ ଧରଣୀ ଧର । ଗାଏ ହରିରସ ଅତି ଅଧୁର ।୨୭।
ପଞ୍ଚମ ଛାନ୍ଦ । ରାଗ ଚୋଖି ।
ଏଥୁ ଅନନ୍ତରେ ଶୁଣ ରସିକଜନ ସୁଜାଣ ଯେତେବେଳେ କୃଷ୍ଣକ୍ରୀଡ଼ା ଦେଖିଲା ରାଧା । ସୀମନ୍ତିନୀବୃନ୍ଦ ମଧ୍ୟେ ବିହରେ ପରମାନନ୍ଦେ ଚାହିଁଣ ସରୋଜମୁଖୀ ପାଇଲା ବାଧା । ବାହୁଡ଼ିଣ ଯାନ୍ତେ ସୁନ୍ଦରୀ । ଦେଖି ପୀଡ଼ା ପାଇଲେ ନରକଅଇରି ।୧। ଯହୁଁ ସେ ରାଧା ଗମନ