ଜୟଦେବ ।
ତୃତୀୟଃ ସର୍ଗଃ ।
କଂସାରିରପି ସଂସାରସାରବାସନାବଦ୍ଧଶୃଙ୍ଖଳା । ରାଧାମାଧାୟ ହୃଦୟେ ତତ୍ୟାଜ ବ୍ରଜସୁନ୍ଦରୀଃ ।୧। ଇତସ୍ତତସ୍ତାମନୁସ୍ମୃତ୍ୟ ରାଧିକାମନଙ୍ଗବାଣବ୍ରଣକ୍ଷୀଣମାନସଃ । କୃତା ନୁତାପଃ ସକଳିନ୍ଦନନ୍ଦିନୀତଟାନ୍ତକୁଞ୍ଜେ ବିଷସାଦ ମାଧବଃ ।୨। ଗୁଜ୍ଜରୀରାଗ ଯତିତାଲାଭ୍ୟାଂ ଗୀୟତେ । ମାମିୟଂ ଚଳିତା ବିଲୋକ୍ୟ ବୃତଂ ବଧୁନିଚୟନ । ସାପରାଧନୟା ମୟାପିନ ନିବାରୁତାତି ଭୟେନ । ହରି ହରି ହତାଦରତୟା ଗତା ସା କୁପିତେବ । ଧ୍ରୁବଂ ।୩। କିଂ କରିଷ୍ୟତି କିଂ ବଦିଷ୍ୟତି ସା ଗିରଂ ବିରହେଣ । କିଂ ଧନେନ ଜନେନ କିଂ ମମ ଜୀବିତେନ ଗୃହେଣ ।୪।
କୃଷ୍ଣର ଅତି ବିମନ ତେଜିଲେ ବିବିଧ କେଳି ବ୍ରଜକାମିନୀ । ଯେ ରାଧାରୂପ ପ୍ରକାଶ ସଂସାର ବନ୍ଧନ ପାଶ ତେଣୁ ସେ ହୃଦୟେ ତାପ ଅମ୍ବୁଜପାଣି । ପ୍ରିୟାକୁ ସେ ଧରିଣ ମନେ । ଚାହାନ୍ତି ଚଞ୍ଚଳଚିତ୍ତେ ମଧୁସୂଦନେ ।୨। ପୀଡ଼ିଲା ମଦନ ବାଣ ଗାଢ଼େ ଅତି କ୍ଷୀଣ ମନ । କାଳିନ୍ଦୀ ପୂଳିନରେ ରମଣୀ ବିଶେଷି । ଗହନ ନିକୁଞ୍ଜବନ ଲତା କେଳିଗୃହ ସ୍ଥାନ ବିଷାଦ ମାଧବ ତଥି ଭିତରେ ବସି । ଅତି ତାପି ଜଗତସାଇଁ । ନୟନ ମନ ରାଧାର ସନ୍ନିଧେ ଦେଇ ।୩। ବସିଣ ମଧୁସୂଦନ ବିଚାର କରନ୍ତି ମନ ନୟନେ ମୁଁ ଦେଖୁଅଛି ପ୍ରାଣରମଣୀ । ଗୋପବଧୂସମୁହରେ କେଳି କରଇ ନିର୍ଭରେ ବଚନ ମୁଁ ନ କହିଲି ନିଷ୍ଠୁର ପ୍ରାଣୀ । ଅପରାଧକଲି ତାହାରେ । ଅତି ତାପେ କୋପକରି ଗଲେ ସେ ମୋର ।୪। କି କରୁଥିବ ସେ ବସି କି ଆଶେ ବଚନ ଭାଷି ଚିରକାଳୁ ବିରହୀ ସେ ହୋଇଛି ରାମା । ତାର ବିନୁ ମୋର ମନେ ନାହିଁ କାର୍ଯ୍ୟ ଧନେ ଜନେ ସଦନରେ ନାହିଁ ଆଉ ସୁଖର ସୀମା । ଏତେ କହି ଜଗନ୍ନିବାସୀ । ରାଧାର