ଜୟଦେବ
ତିର୍ଯ୍ୟକ୍କଣ୍ଟ ବିଲୋଳମୌଜିତରଳୋତ୍ତଂସସ୍ୟ ବଂଶୋଚ୍ଚେ- ଦୀତିସ୍ଥାଙ୍କୃତାବିଧାନଲଳନାଲକ୍ଷୈର୍ନ ସଂଲକ୍ଷିତାଃ । ସଂମୁରାଧଂ ମଧୁସୃଦନସ୍ୟ ମଧୁରେ ରାଧାମୁଖେନ୍ଦୌ ମୃଦୁ ସ୍ପନ୍ଦଂ କନ୍ଦଳିତାଶ୍ଚିରଂ ଦଧତୁ ବଃ କ୍ଷେମଂ କଟାକ୍ଷୋର୍ମୟଃ ।୧୬। ଇତି ଶ୍ରୀ ଗୀତଗୋବିନ୍ଦେ ମୁଦ୍ଧମଧୁସୂଦନୋ ନାମ ତୃତୀୟଃ ସର୍ଗଃ ।
ରାଧା ତୁଲେ ପୂର୍ବେ କ୍ରୀଡ଼ାକରିଛି ମୁହିଁ । ସ୍ପରଶନେ କୁଚଭାର ଆଲିଙ୍ଗନେ ତନୁବର ଯେତେ ସୁଖ ରତିପତି ଅଛନ୍ତି ଲିହି । ଚଞ୍ଚଳ ତା ତରଳାଆକ୍ଷି । ଅପାଙ୍ଗେ ଚାହିଁଲେ କାମେ ହୁଅଇ ଦୁଃଖି ।୧୮। ଦେଖିଣ ତାପ ମୋହର ପ୍ରିୟାର ମନେ କାତର ଭୁଜେ ଭିଡ଼ି ଆଲିଙ୍ଗନ ଚୁମ୍ବନ ଦେଇ । ତେଣୁ ସେ ମଦନଜ୍ୱର ଶରୀରେ ନ ରହେ ମୋର ସୁଖ ଜଳଧି ମଧ୍ୟରେ ମଜ୍ଜଇ ମୁହିଁ । ମୁଖ ତାର ଶଦ୍ମସୁବାସ ଭୃଙ୍ଗ ପ୍ରାୟ ମନ ମୋର ନଛାଡ଼େ ପାଶ ।୧୯। ମନ୍ଦହାସ ବକ୍ରବାଣୀ ପୀୟୁଷପୂରିତ ଜାଣି ଶ୍ରବଣେ ଶୁଣନ୍ତେ ଚିତ ପ୍ରମୋଦ ହୁଏ । ବିମ୍ବାଧର ମଧୂପାନେ ତୋଷ ଅତି ମୋର ମନେ ବିଷୟବିଳାସ ଯେତେ ଆନନ୍ଦମୟେ ତାହା ସଙ୍ଗେ କରିଛି ଭୋଗ । କେମନ୍ତେ ବର୍ତ୍ତିବ ଏବେ ବିରହ ଭୋଗ ।୨୦। ଭ୍ରୂଲତା କାର୍ମୁକ ତୋର ନୟନ ଅନଙ୍ଗଶର ସଜନୀ ଶ୍ରବଣ ଯାଏ ଅଞ୍ଜନ ରେଖା । ଜଗତ ଜିଣି ମଦନ ବିବିଧ ଆୟୁଧମାନ ରାଧିକାର ତହିଁ ଥୋଇ କରିଛି ଶିକ୍ଷା । ଆଶ୍ରେ କରିଅଛି ତାହାକୁ । ତ୍ରିଭୁବନେ ସମ ଆଉ ନାହିଁ ଯାହାକୁ । ଶୁଣ ହେ ସୁଜନ ଜନ ପ୍ରଶନ୍ନ କରିଣମନ ରାଧାର ବିଛେଦେ କୃଷ୍ଣ ବାତୁଳ ହୋଇ । ହରିବ ବିଷୟ ତାପ ବହ୍ନିକି ଯେସନେ ଆପ ଲଭିବ ପରମ ସୁଖ ହରଷ ହୋଇ । ଶ୍ରୀକୃଷ୍ଣଙ୍କ ପଦ୍ମଚରଣ । କିଙ୍କର ଧରଣୀଧର ପଶେ ଶରଣ ।୨୨।