ପୃଷ୍ଠା:Gita Gobinda 1921.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮
[୫ମ ସର୍ଗଃ ।
ଜୟଦେବ

ଭଣତି କବି ଜୟଦେବ ହରିବିରହବିଳସିତେନ ।
ମନସି ରଭସବିଭବେ ହରିରୁଦୟତୁ ସୁକୃତେନ ।୬।
ପୂର୍ବଂ ଯତ୍ର ସମଂ ତ୍ୱୟା ରତିପତେରାସାଦିତାଃ ସିଦ୍ଧୟ -
ସ୍ତସ୍ମିନ୍ମେବ ନିକୁଞ୍ଜ ମନ୍ମଥମହାତୀର୍ଥେ ପୁନର୍ମାଧବଃ ।
ଧ୍ୟାୟଂସ୍ତାମନିଶଂ ଜପନ୍ନପି ତବୈବାଳାପମନ୍ତ୍ରାକ୍ଷରଂ ।
ଭୂୟସ୍ତ‌ତ୍କ ଚ କୁମ୍ଭନିର୍ଭରପରିରମ୍ଭୋମୃତଂ ବାଞ୍ଛତି ।୭।
ଗୁଜ୍ଜରୀରାଗୈକତାଳୀତାଳାଭ୍ୟାଂ ଗୀୟତେ ।
ରତିସୁଖସାରେ ଗତମ‌ଭିସାରେ ମଦନମନୋହରବେଶଂ ।
ନ କୁରୁ ନିତମ୍ବିନି ଗମନବିଳମ୍ବନ ମନୁସର ତଂ ହୃଦୟେଶଂ ।
ଧୀରସମୀରେ ଯମୁନାତୀରେ ବସତି ବନେ ବନମାଳୀ ।
ପୀନପୟୋଧର ପରିସରମର୍ଦ୍ଦନ‌ଚଞ୍ଚଳକର‌ଯୁଗଶାଳୀ । ଧ୍ରୁବଂ ।୮।


ହୃଦେ ଭିଡ଼ି ପରିରମ୍ଭ ସୁଧାରସ ପାଇଁ ଗୋ ।୧୫। ସଧୀରେ ପବନ ବ‌ହେ ଯମୁନାରେ ତଟେ । ବସିଛନ୍ତି ବନମାଳୀ ଚାହିଁ ତୋତେ ବାଟେ ଗୋ ।୧୬। ଚଳ ନିତମ୍ବିନି ସଖି ବିଳମ୍ବ ନ କର । କାମମନୋହର ବେଶେ ହୋଇ ଅଭିସାର ଗୋ ।୧୭। ରତିସୁଖ କ୍ରୀଡ଼ାରସ ସଂସାରରେ ସାର । ପ୍ରାଣନାଥ ସନ୍ନିଧକୁ ବେଗ ଅନୁସର ଗୋ ।୧୮। ତୋର ନାମ ଧରିଣ ସେ ଦେବ ଗୋପିନାଥ । ବଜାଇ ମଧୁର ବେଣୁ କରଇ ସଙ୍କେତ ଗୋ ।୧୯। ପବନେ ଉଡ଼ିଣ ରେଣୁ ପଡ଼ିଲେ ଦେହର । ବ‌ହୁତ ପ୍ରକାରେ ମନେ ଘେନେ ଦାମୋଦର ଗୋ ।୨୦। ବୋଲଇ ରାଧାର ଅଙ୍ଗ ମଳୟକ ରେଣୁ । ପବନ ସଙ୍ଗତେ ଉଡ଼ି ପତେ ମୋର ତନୁ ଗୋ ।୨୧। ବୃକ୍ଷରେ ପକ୍ଷୀ ବସନ୍ତେ ପତ୍ରେ ପତ୍ର ବାଜି । ଶଙ୍କିତ ହୁଅଇ ସେ ଆସନ ପରିତେଜି ଗୋ ।୨୨। ତୋହର ଅଇଲା ପ୍ରାୟ ମଣଇ ମୁରାରି । ରଚନା କରଇ ଶ‌ଯ୍ୟା ପଲ୍ଲବ ବିସ୍ତାରି ଗୋ ।୨୩। ଚକିତ ନୟନ ହୋଇ ପୁଣ ପୁଣ ହରି । ଚାହଁଇ ତବ ଆଗମ ପଥ ଅନୁସରି ଗୋ ।୨୪। ଶୁଣ ତୁ ପ୍ରାଣର ସଖି ବଚନ ମୋହର । ରୁଣି ତଶବଦ ଏ ନୂପୁର ଦୂର କର ଗୋ ।୨୫।