ନାମସମେତଂ କୃତ ସଙ୍କେତଂ ବାଦୟତେ ମୃଦୁବେଣୁଂ ।
ବହୁ ମନୁତେ ନନୂତେ ତନୁସଙ୍ଗତପବନଚଳିତମପିରେଣୁଂ ।।
ପତତି ପତତ୍ରେ ବିଚଳତି ପତ୍ରେ ଶଙ୍କିତଭବଦୁପଯାନଂ ।
ରଚୟତି ଶୟନଂ ସଚକିତନୟନଂ ପଶ୍ୟତି ତବ ପନ୍ଥାନଂ ।।
ମୁଖରମଧୀରଂ ତ୍ୟଜ ମଞ୍ଜୀରଂ ରିପୁମିବ କେଳିଷୁଲୋଳଂ ।
ଚଳ ସଖି କୁଞ୍ଜଂ ସତିମିରପୁଞ୍ଜଂ ଶୀଳୟ ନୀଳନିଚୋଳଂ ।୧୧।
ଉରସି ମୁରାରେରୂପହିତହାରେ ଘନ ଇବ ତରଳ ବଳାକେ ।
ତଡ଼ିଦିବ ପୀତେ ରତିବିପରୀତେ ରାଜସି ସୁକୃତବିପାକେ ।୧୨।
ବିଗଳିତବସନଂ ପରିହୃତରସନଂ ଘଟୟ ଜଘନମପିଧାନଂ ।
କିଶଳୟଶୟନେ ପଙ୍କଜ ନୟନେ ନିଧିମିବ ହର୍ଷନିଧାନଂ ।୧୩।
ହରିରଭିମାନୀ ରଜନିରିଦାନୀମିୟପପି ଯାତି ବିରାମଂ ।
କୁରୁ ମମ ବଚନଂ ସତ୍ୱରରଚନଂ ପୁରୟ ମଧୁରିପୁକାମଂ ।୧୪।
କ୍ରୀଡ଼ାର କାଳକୁ ଏହି ରିପୁ ପ୍ରାୟ ମଣି । ଗହନତିମିର ପଥେ ଚଳସି ମିତଣି ଗୋ । ୨୬। ଅସିତବସନେ ତନୁ ପରିହିତ କର । ସ୍ୱଭାବେ ସୁବେଶ ହୋଇ ପଥ ଅନୁସର ଗୋ ।୨୭। ବିପରୀତରତିକାଳେ ମୁକୁତାର ହାର । ଅତି ସୁରଚିତ ମୁରରିପୁହୃଦୟର ଗୋ । ୨୮। ଯେସନେ ଶ୍ୟାମଳମେଘେ ବକପନ୍ତି ଶୋହେ । ତବ ତନୁ ତଥିକି ତଡ଼ିତଲତା ପ୍ରାୟେ ଗୋ । ୨୯। ଅନେକ କାଳର ପୁଣ୍ୟ ଲଭିବୁ ସୁନ୍ଦରି । ଚଳ ଏବେ ମୋହର ବଚନ ହେତୁ କରି ଗୋ ।୩୦। ନବୀନପଲ୍ଲବେ ଶଯ୍ୟା ସୁବେଶ କରିଣ । ତୋର ଆଶେ ବସିଛନ୍ତି ରାଜୀବ ଲୋଚନ ଗୋ ।୩୧। ତହିଁ ଯାଇଁ ପ୍ରବେଶ ହୋଇବୁ ଯେତେବେଳେ । କୃଷ୍ଣଙ୍କୁ ଦେଖିଣ ତୁ ମଜ୍ଜିବୁ କାମଭୋଳେ ଗୋ ।୩୨। ଏ ତୋହର ମେଖଳା ବସନ ଦୂର କରି । ଘଟନ ଘନଜଘନ ସମର୍ପିବୁ ହରି ଗୋ ।୩୩। ତୋତେ ଦେଖି ହରଷ ହୋଇବ କୃଷ୍ଣ ମନ । ନିଧି କି ପ୍ରାପତ ଯେହ୍ନେ ଦରିଦ୍ର ସଦନ ଗୋ । ୩୪। ହରିବ ତୋହର ମନ ଜଗତଜୀବନ । ରଜନୀ ପ୍ରବେଶ କ୍ଷୀଣ ହେଉଅଛି