ଶ୍ରୀ ଜୟଦେବେ କୃତହରିସେବେ ଭଣତି ପରମରମଣୀୟଂ ।
ପ୍ରମୁଦିତହୃଦୟଂ ହରିମତି ସଦୟଂ ନମତ ସୁକୃତକମନୀୟଂ ।୧୫।
ବିକିରତି ମୁହୁଃ ଶାସାନାଶାଃ ପୁରୋ ମୁହୁରୀକ୍ଷତେ ।
ପ୍ରବିଶତି ମୃହୁଃ କୁଞ୍ଜଂ ଗୁଞ୍ଜନୁହୁର୍ବହୁ ତାମ୍ୟତି ।।
ରଚୟତି ମୁହୁଃ ଶଯ୍ୟାଂ ପର୍ଯ୍ୟାକୁଳଂ ମୁହୁରୀକ୍ଷତେ ।
ମଦଙ୍କବଦକ୍ଳାନ୍ତଃ କାନ୍ତେ ପ୍ରିୟସ୍ତବ ବର୍ତ୍ତ୍ତେ ।୧୬।
ତ୍ବଦ୍ବିମ୍ୟେନ ସମଂ ସମଗ୍ରମଧୁନା ତିବ୍ଳାଂଶୁରସ୍ତଂଗତୋ ।
ଗୋବିନ୍ଦସ୍ୟ ମନୋରଥେନ ଚ ସମଂ ପ୍ରାପ୍ତଂ ତମଃସାନ୍ଦ୍ରତା ।।
ଦିନ ଗୋ ।୩୫। ମୋହର ବଚନ କର ବେଗେ ସଜ ହୁଅ । ମଧୁ ରିପୁମନୋରଥ ବାଞ୍ଛା ତୁ ପୂରାଅ ଗୋ ।୩୬। କୃଷ୍ଣର ସେବକ ଜୟଦେବ ଯାହା ଭଣି । ପ୍ରଣାମିଜନଙ୍କ ଦୟାକାରିଣୀ ଏ ବାଣୀ ଯେ । ୩୭। ସେ ତୋହର ପତି ଅତି ଦୁଃଖେ ବର୍ତ୍ତିଅଛି । ନାଶା ଅଗ୍ରେ କେବଳ ନିଶ୍ୱାସ ବହୁଅଛି ଗୋ ।୩୮। କ୍ଷଣେ ମୂର୍ଚ୍ଛା ଯାଇ କ୍ଷଣେ ହୁଅଇ ସଚେତ । କ୍ଷଣେ କୁଞ୍ଜଗୃହେ ପଶି ଚାହଁଇ ତ୍ୱରିତ ଗୋ ।୩୯। ମଧୁକରବାଣୀ ତାକୁ ହୁତାସତ ପ୍ରାୟେ । କ୍ଷଣକେ ପଲ୍ଲବ ଶଯ୍ୟା କରଇ ଉପାୟ ଗୋ ।୪୦। ଆକୁଳ ହୋଇଣ ପୁଣ ପୁଣ ଯାଇ ମୋହ । ମଦନ ଦହନ କରୁଅଛି ତାର ଦେହ ଗୋ ।୪୧। ତୋ ଘେନି ଲୋତନ ତାର ବହେ ନିରନ୍ତର । ସମ୍ପୂର୍ଣ୍ଣ କି ମଧୁ ଫେଣା ସ୍ରବେ ଝର ଝର ଗୋ ।୪୨। ଦେଖସି ଦିବସନାଥ ବେଗେ ଅସ୍ତ ଗଲା । ଗୋବିନ୍ଦ ବେଦନା ଅର୍ଥେ ରଜନି ହୋଇଲା ଗୋ ।। ଚକ୍ରବାକ ବିଚ୍ଛେଦକାରଣେ ଅତି ରାବ । ମୋହର ପ୍ରାର୍ଥନା ତୋତେ ହେଲା ସେହି ଭାବ ଗୋ । ୪୪। ଶୁଣ ତୁ ସୁନ୍ଦରୀ ଏ ତୋ ବିଳମ୍ବ ବିଫଳ । ରମ୍ୟସ୍ଥାନେ ଅଭିସାର କର ଏହୁ କାଳ ଗୋ । ୪୫। ବୋଲଇ ସଜନୀ ଏକ ଦିନେ ନିଶି ଘୋର । ଗୃହରୁ କୁଳଟାବାମା କଲା ଅତିସାର ଗୋ । ୪୬। ତାହାର ବଲ୍ଲଭ ପରେ ରମଣୀର ଆଶେ । ସଙ୍କେତ ସ୍ଥାନକୁ ସେହୁ ଗମଇ ହରଷେ ଗୋ ।୪୭।