ଘନଚୟରୁଚିରେ ରଚୟତି ଚିକୁରେ ତରଳିତତରୁଣାନନେ ।
କୁରୁବକକୁସୁମଂ ଚପଳାସୁସମଂ ରତିପତିମୃଗକାନନେ ।୨୩।
ଘଟୟତି ସୁଘନେ କୁଚଯୁଗଗଗନେ ମୃଗମଦରୁଚିରୂଷିତେ ।
ମଣିମୟମମଳଂ ତାରକପଟାଳଂ ନଖପଦଶଶିଭୂଷିତେ ।୨୪।
ଜିତବିଷସକଲେ ମୃଦୁଭୁଜଯୁଗଳେ କରତଳନଳିନୀଦଳେ ।
ମରକତବଳୟଂ ମଧୁକରନିଚୟଂ ବିତରତି ହିମଶୀତଳେ ।୨୫।
ରତିଗୃହଜଘନେ ବିପୁଳାପଘନେ ମନସିଜକନକାସନେ ।
ମଣିମୟରସନାଂ ତୋରଣହସନାଂ ବିକିରତି କୃତକାସନେ ।
ଚରଣକିଶଳୟେ କମଳାନିଳୟେ ନଖମଣିଗଣପୂଜିତେ ।
ବହିରପବରଣଂ ଯାବକଭରଣଂ ଜନୟତି ହୃଦି ଯୋଜିତେ । ୨୭।
ଭ୍ରାନ୍ତି ।୬। ଜାଣି ମଦନ କୁରଙ୍ଗବନ ପ୍ରାୟେକ ଶୋଭା କି ସେ । ନିର୍ମଳତର ବଦନ ତାର ଲାବଣ୍ୟ ରୁଚି ଦିଶେ । ୭। ଦେଖିଲେ ଅତି ତରଳମତି ହୋଇବେ ଯୁବାଜନ । କୃଷ୍ଣ ଯାହାକୁ ରମେ ତାହାକୁ ସମାନ ନାହିଁ ଆନ ।୮। କଠିନ କୁଚ ସଘନ ଉଚ୍ଚ ଲେପିଲା ମୃଦମଦ । କି ଏ ଗଗନମଣ୍ତଳେ ଉଦେ ହୋଏ ନୀଳଜଳଦ ।୯। ତଥି ଶୋଭନ ନଖର କ୍ଷତ ନବୀନ ଇନ୍ଦୁ ରାଜେ ଅମଳମଣି ମୁକୁତାହାର ତାରାମଣ୍ତଳ ସାଜେ ।୧୦। ଜିଣି ମୃଣାଳ ମୃଦୁ କୋମଳ ବାହୁଯୁଗଳ କି ସେ । ନବୀନ ବିକଶିତ ସରୋଜ କରତଳେ ଆଭାସେ ।୧୧। ମର୍କତମଣି ହେମକିଙ୍କିଣି ଭ୍ରସଳମାଳା ରାଜେ । ହିମହୁଁ ଅତି ଶୀତଳତର ହରଷେ ହରି ଗଞ୍ଜେ ।୧୨। ରତିସଦନ ଘନଜଘନ ବିପୁଳ ଅତି ପ୍ରଭା । ମଦନରାୟେ ଆସନ କି ଏ ଜମ୍ବୂନଦର ଆଭା ।୧୩। ମର୍କତମଣି ହେମକିଙ୍କିଣି ମେଖଳା କଟି ଦେଶେ । ଖଞ୍ଜିଲେ ହରି ମନେ ବିଚାରି ଆଚ୍ଛାଦି ଝିନବାସେ ।୧୪। ଚରଣପଲ୍ଲବ ରାମା ଲାବଣ୍ୟ ଶିରୀସ୍ଥାନ । ନଖ ନିର୍ମଳ ଅମଳମଣି ଗଣଜ୍ୟୋତି ସମାନ । ୧୫। ସେ ପାଦ ବେନି ଘେନିଣ ହରି ହୃଦୟ ତଟେ ନେଇଁ । କରେ ସୁବେଶ ମନେ ହରଷ ରଚିତ ରଙ୍ଗ ଦେଇ ।।