ବାଧାଂ ବିଧେହି ମଳୟାନିଳ ପଞ୍ଚବାଣ
ପ୍ରାଣାନ୍ ଗୃହାଣ ନ ଗୃହଂ ପୁନରାଶ୍ରୟିଷ୍ୟେ ।
କିଂ ତେ କୃତାନ୍ତଭଗିନି କ୍ଷମୟା ତରଙ୍ଗୈ
ରଙ୍ଗାନି ସିଞ୍ଚ ମମ ଶାମ୍ୟତୁ ଦେହଦାହଃ ।୪୧।
ପ୍ରାତର୍ନୀଳନିଚୋଳମଚ୍ୟୁତମୁରଃ ସମ୍ବୀତପୀତାଂଶୁକଂ
ରାଧାୟାଶ୍ଚକିତଂ ବିଲୋକ୍ୟ ହସତି ସ୍ୱୈରଂ ସଖୀମଣ୍ତଳେ ।
ବ୍ରୀଡ଼ାଚଞ୍ଚଳମଞ୍ଚଳଂ ନୟନୟାରାଧାୟ ରାଧାନନେ
ସ୍ମେର ସ୍ମେରମୁଖୋୟମସ୍ତୁ ଜଗଦାନନ୍ଦାୟ ନନ୍ଦାତ୍ମଜଃ ।୪୨।
ଇତି ଶ୍ରୀ ଗୀତଗୋବିନ୍ଦେ ବିପ୍ରଲବ୍ଧାବର୍ଣ୍ଣନେ ନାଗର ନାରାୟଣେ
ନାମ ସପ୍ତମଃ ସର୍ଗଃ ।
ନିବାରଣ । ଦୁର୍ଣ୍ଣୟ କରି ମନ ମୋହରି ଦହୁଅଛଇ ପ୍ରାଣ । ୪୫। ନିଷ୍ଠୁରମତି ସେ ଗୋପୀପତି ନିର୍ଦ୍ଦୟ ହୃଦ ଯାର । ତାର ତହିଁକି ବଳେଟି ଚିତ୍ତ ନେଉଛି ଧରି ମୋର ।୪୬। ପାଇଣ ପ୍ରାସ ମନେ ନିରାଶ ବୋଲେ ରମଣୀବର । ଶୁଣ ମଳୟ ସମୀର ମୋର ତନୁ ଦହନ କର । ୪୭। ମୀନକେତନ ପଞ୍ଚମବାଣ ମାରି ଜୀବନ ନାଶ । ଯେମନ୍ତ ମୋର ପୁଣ ଗମନ ନୁହଇ ନିଜବାସ ।୪୮। କି କେ ଶମନଭଗ୍ନୀ କାଳନ୍ଦୀ ଦୟା ତୋହର ଏତେ । ତରଙ୍ଗତର ସିଞ୍ଚିଣ ନୀର ଶୀତଳ କରୁମୋତେ ।୪୯। ଗୋବିନ୍ଦ ବିନୁ ମୋହର ତନୁ ଧରିବି ଆଉ କାହିଁ । ତାହାର ଗତ କ୍ରୀଡ଼ା-ବିଷରେ ଘାରୁଛି ମୋର ଦେହୀ ।୫୦। ଶୁଣ ସୁଜନ ତନ୍ମୟ ମନ କୃଷ୍ଣ ବିରହେ ରାଧା । ଦହଇ ଚିତ୍ତ ଅତି ଦୁଃଖିତ ମଦନଶରବାଧା ।୫୧। ହରିଚରିତ ରସ ଅମୃତ ଶ୍ରବଣେ କର ପାନ । ହରିବ ଦୁଃଖ ଲଭିବ ସୁଖ ସଂଶୟ ନାହିଁ ଆନ ।୫୨। କୃଷ୍ଣର କ୍ରୀଡ଼ାରସବିଶେଷ ଦଶମ ଛାନ୍ଦ ବାଣୀ । କହଇ ମୂଢ଼ ଧରଣୀଧର ରଖ କଳିନପାଣି ।୫୩। ଆରତଜନ ବିମନମନ ପ୍ରସନ୍ନ ଯଦୁନାଥ । ଭୃତ୍ୟ ବତ୍ସଳ ଦୀନଦୟାଳୁ ଚରଣେ ମୋର ମାଥ ।୫୪।