ସଜଳନଳିନୀଦଳଶୀତଳଶୟନେ ।
ହରିମ୍ବଲୋକୟ ସଫଳୟ ନୟନେ ।୬।
ଜନୟସି ମନସି କିମିତି ଗୁରୁଖେଦଂ ।
ଶୃଣୁ ମମ ବଚନମନିହିତ ଭେଦଂ ।୭।
ହରିରୂପଯାତୁ ବଦତୁ ବହୁ ମଧୂରଂ ।
କିମିତି କରୋଷି ହୃଦୟମତି ବିଧୁରଂ ।୮।
ଶ୍ରୀ ଜୟଦେବ ଭଣିତମତିଲଳିତଂ ।
ସୁଖୟତୁ ରସିକଜନଂ ହରିଚରିତଂ ।
ସ୍ନିଗ୍ଧେ ଯତ୍ପରୁଷାସି ଯତ୍ ପ୍ରଣମତି ସ୍ତବ୍ଧାସି ଯଦ୍ରାଗିଣୀ
ଦ୍ୱେଷସ୍ଥାସି ଯଦୁନ୍ମୁଖେ ବିମୁଖତାଂ ଯାତାସି ତସ୍ମିନ୍ପ୍ରିୟେ ।
ତଦ୍ଯୁକ୍ତଂ ବିପରୀତକାରିଣି ତବ ଶ୍ରୀଖଣ୍ତଚର୍ଚ୍ଚାବିଷଂ
ଶୀତାଂଶୁସ୍ତପନୋ ହିମଂ ହୁତବହଃ କ୍ରୀଡ଼ାମୁଦୋଯାତନାଃ ।୧୦।
ରୋଦନ ।୧୪। ତୋହର ଏସନ ଦେଖି । ହସିବେ ସକଳ ସଖୀ । ସଜଳ ନଳିନୀଦଳ । ସୁସଞ୍ଚ ଶଯ୍ୟା ଶୀତଳ ।୧୬। ତହିଁରେ ଦେଖ ହରିଙ୍କି । ସଫଳ ହେଉ ତୋ ଆଖି ।୧୭। ନ ଧର ତୁ ତାପ ମନ । ମୋର ହିତବାଣୀ ଘେନ ।୧୮। ମନରେ ନ ଧର ଖେଦ । କୃଷ୍ଣରେ ନ କର ଭେଦ । ୧୯। କୃଷ୍ଣଙ୍କୁ କହ ମଧୁର । ମନଖେଦ ଦୁର କର । ରସିକଜନଙ୍କ ଚିତ୍ତ । ଅତି ହରଷ ଉଦିତ । ୨୧। ଶ୍ରୀ ଜୟଦେବ କଥିତ । କୃଷ୍ଣଚରିତ ଲଳିତ ।୨୨। ଶୋଭାପୁରୁଷ ମାଧବ । ଦେବଙ୍କ ଉପରେ ଦେବ ।୨୩। ସେ ଆସୁ ତୋରେ ବିନୟେ । ମଧୁର ମୃଦୁରେ କହେ । ଉଦ୍ଦେଶ ତାକୁ ନ କହୁ । ବିମୁଖରେ ତାପ ପାଉ ।୨୫। ଏ ତୋର ନୋହେ ବିହିତ । କାଳେହେବ ବିପରୀତ ।୨୬। ଚନ୍ଦନ ହୋଇବ ବିଷ । ଚନ୍ଦ୍ରକର ଭାନୁତ୍ରାସ ।୨୭। ହିମରୁ ହିମ ପବନ । ହେବ ଅନଳ ସମାନ ।୨୮। କ୍ରୀଡ଼ାରସ ଘେନି ଚିତ୍ତେ । ବାଧା କରେ ହୃଦଗତେ ।୨୯। ଘେନ ସଖି ମୋ ଉତ୍ତର । ହରି ତୋ