ସାନ୍ଦ୍ରାନନ୍ଦପୁରନ୍ଦରାଦିଦିବିଷଦ୍ବୃନ୍ଦୈରମନ୍ଦାଦରା-
ଦାନମ୍ରୈର୍ମୁକୁଟେନ୍ଦ୍ରନୀଳମଣିଭିଃ ସନ୍ଦର୍ଶିତେନ୍ଦୀବରଂ ।
ସ୍ୱଚ୍ଛନ୍ଦଂ ମକରନ୍ଦସୁନ୍ଦରଗଳନ୍ମନ୍ଦାକିନୀମେଦୁରଂ ।
ଶ୍ରୀ ଗୋବିନ୍ଦପଦାରବିନ୍ଦମଶୁଭସ୍କନ୍ଦାୟ ବନ୍ଦାମହେ ।୧୧।
ଇତି ଶ୍ରୀ ଗୀତଗୋବିନ୍ଦେ କଳହାନ୍ତରିତାବର୍ଣ୍ଣନେ ମୃଦ୍ଧମୁକୁନ୍ଦେ ।
ନାମ ନବମଃ ସର୍ଗଃ ।
ଦଶମଃ ସର୍ଗଃ ।
ଅକ୍ରାନ୍ତରେ ମସୂଣରୋଷବଶାମସୀମ-
ନିଃଶ୍ୱାସନିଃସହମୁଖୀଂ ସୁମୁଖୀମୂପେତ୍ୟ ।
ସବ୍ରୀଡ଼ମୀକ୍ଷିତସଖୀବଦନାଂ ପ୍ରଦୋଷେ
ସାନନ୍ଦଗଦ୍ଗଦପଦଂ ହରିରିତ୍ୟୁବାଚ ।୧।
ପ୍ରାଣୀଈଶ୍ୱର ।୩୦। ଶୁଣ ସାଧୁ ସୁଜ୍ଞ ପ୍ରାଣୀ । ସଖୀବୋଧ ରସବାଣୀ । ଯେତେ କଥା କହେ ଦୂତୀ । ମଉନ ସରୋଜନେତ୍ରୀ ।୩୨। ଶ୍ରୀକୃଷ୍ଣଙ୍କ କ୍ରୀଡ଼ାରସ। ଛାନ୍ଦ ଉକତ ଦ୍ୱାଦଶ ।୩୩। ଗୋବିନ୍ଦ ପାଦଯୁଗଳ । ନବ ବିକଚ କମଳ । ୩୪। ମକରନ୍ଦ ଆଶେ ଭୃଙ୍ଗ । ଧରଣୀଧର ସରାଗ ।୩୫।
ଏଥୁ ଅନନ୍ତରେ ଶୁଣ ହେ ସୁଜନେ ଅମୀୟମଧୁର ବାଣୀ । ଯେତେ କହଇ ସହଚରୀ ବଚନ ନ ଦିଏ ତହିଁ ତରୁଣୀ ।୧। କୃଷ୍ଣଙ୍କୁ ନ ଦେଖି କ୍ରୋଧଉର ବାମା ଅନ୍ତରେ ଦହେ ମଦନ । ନିଃଶ୍ୱାସର ତାପ ସହି ନ ପାରଇ ବିରସ ବଦନ ।୨। ଏଥୁ ଅନନ୍ତରେ ଦିବସ ଅନ୍ତରେ ବିଜୟ କଲେ ମୁକୁନ୍ଦ । ସଲଜ୍ଜେ ରାଧାବଦନକୁ ଚାହିଁଣ