ସ୍ଥଳକମଳଗଞ୍ଜନଂ ମମ ହୃଦୟ ରଞ୍ଜନଂ
ଜନିତରତିରଙ୍ଗପରଭାଗଂ ।
ଭଣ ମସୃଣବାଣି-କରବାଣି ଚରଣଦ୍ୱୟଂ
ସରସଳସଦଲକ୍ତକରାଗ୍ୟ ।୭।
ସ୍ମରଗରଳଖଣ୍ତନଂ ମମ ଶିରସି ମଣ୍ତନଂ
ଦେହି ପଦପଲ୍ଲବମୁଦାରଂ ।
ଜ୍ୱଳତି ମୟି ଦାରୁଣୋ ମଦନକଦନାନଳୋ-
ହରତୁ ତଦୁପାହିତବିକାରଂ ।୮।
ଇତି ଚଟୁଳଚାଟୁପଟୁ ଚାରୁ ମୁରବୈରିଣୋ
ରାଧିକାମଧିବଚନଜାତଂ ।
ଜୟତି-ପଦ୍ମାବତୀରମଣ ଜୟଦେବ କବି-
ଭାରତି ଭଣିତ ମତିତାତଂ ।୯।
ସର୍ବ ଅଙ୍ଗ ମୋର ।୧୬। ବିନୟ ଚାଟବଚନ ଲଳିତା ରାଧାଙ୍କୁ କୃଷ୍ଣ ଯା କହିଲେ । ପଦ୍ମାବତୀଭର୍ତ୍ତା ଜୟଦେବବାଣୀ ଭାବ ଜନେ ଉଦେ କଲେ । ଏ ତୋର ଯୌବନ ଜଘନ ସଙ୍କଟେ ପଡ଼ି ରହିଲା ମୋ ମନ । କୂପିତ ଅନ୍ତର ନ ହୁଅ ଗୋ ମୋତେ ଗାଢ଼େ ଦିଅ ଆଲିଙ୍ଗନ ।୧୮। ଛାଡ଼ ଏବେ ଆତଙ୍କ ଶଙ୍କିତ ମନ ପ୍ରବେଶ ରମ୍ୟ କାନନ । କେଭେଁ ଅବକାଶ ନ ପାଇଲା ଯେଣୁ ତୋର ଉପୁଜିଲା ମାନ ।୧୯। ଯେବେ ତୋର ନିର୍ଦ୍ଦୟ ଚିତ୍ତ କୂପିତ ପୁଣ କହଇ ତୋହରେ । ବାହୁଲତା ଭିଡ଼ି ଦନ୍ତକ୍ଷତେ କଠିନସ୍ତନେ ପୀଡ଼ ମୋହରେ ।୨୦। ଏ ତୋର ନୟନ ଅଞ୍ଚଶର ମାର ମୋଠାରେ ଯେମନ୍ତ ଇଚ୍ଛା । ଚଣ୍ତାଳ ମଦନ ହାତରୁ ମାନିନି ତୁ ମୋତେ କରସି ରକ୍ଷା ।୨୧। ଭ୍ରୂଲତା ରୋଷଭରେ କୁଟିଳତର ହୋଇ ଯୁବାଜନଙ୍କର । ବିହ୍ୱଳ ଜନନ କରାଇ ଯେ କାଳସର୍ପୀ ସମାନ ଆକାର ।୨୨। ଦେଖି ସଖି ଯେଉଁ ଭୟ ଉଦେ ହୁଏ ତାହା ନିବାରଣ ପାଇଁ । ତୁୟ ଅଧର ବିଗଳିନ ମଦିର । ସୁଧା ଯେ ସିଦ୍ଧମନ୍ତ୍ରହିଁ ।