ଏକାଦଶ ସର୍ଗଃ ।
ସୁଚିରମନୁନୟେନ ପ୍ରୀଣଇତ୍ୱା ମୃଗାକ୍ଷୀଂ
ଗତବତି କୃତବେଶେ କେଶବେ କୁଞ୍ଜଶଯ୍ୟାଂ
ରଚିତରୂଚିରଭୂଷାଂ ଦୃଷ୍ଟି ମୋକ୍ଷେ ପ୍ରଦୋଷେ
ସ୍ଫୁରତି ନିରବସାଦାଂ କାପି ରାଧାଂ ଜଗାଦ ।୧।
ବସନ୍ତରାଗ୍ୟତିତାଳାଭ୍ୟାଂ ଗୀୟତେ ।
ବିରଚିତଚାଟୁ ବଚନରଚନଂ ଚରଣେ ରଚିତ ପ୍ରଣିପାତଂ ।
ସମ୍ପ୍ରତି ମଞ୍ଜୁଳବଞ୍ଜୁଳସୀମନି କେଳିଶୟନମନୁଜାତଂ ।
ମୁଗ୍ଧେ ମଧୁମଥନମନୁଗତମନୁସର ରାଧିକେ ।୨। ଧ୍ରୁବଂ ।
କରି ।୩୪। ଶୁଣ ହେ ସୁଜନେ ହରିରସ ସୁଧାସିନ୍ଧୁ ଶାନ୍ତିର ଶୀତ । କଳୁଷକାନନ ଦହନ କରଇ ଗୋବିନ୍ଦ ନାମ ଅନଳ ।୩୫। କୃଷ୍ଣ କୁତୂହଳ ତ୍ରୟୋଦଶଛାନ୍ଦ ଧରଣୀଧର ସୁରସ । ହରିପାଦ ଘେନି ମର୍ଦ୍ଧନିଦେଶରେ କରଇ କଳୁଷ ନାଶ । ୩୬।
ଚତୁର୍ଦ୍ଦଶ ଛାନ୍ଦ । ରାଗ-କଳଶା ।
ଶୁଣ ହେ ସୁଜନେ ଏଥୁଁ ସୁଧାରସ ବାଣୀ । ରାଧାର ଅଗ୍ରତେ ଦୂତୀ କହେ ପୁଣ ପୁଣି ।୧। ବହୁତ ବିନୟ କରି ତୋର ପ୍ରାଣନାଥ । ଗମିଲା ଯେବଣ କୁଞ୍ଜଶଯ୍ୟା ସିରତିତ ।୨। ରୁଚିର ସୁକେଶ ହୋଇ କୁରଙ୍ଗୀ ନୟନି । ହରିପାଶେ ଅଭିସାର କର ଗୋ ମିତଣି ।୩। ପ୍ରସନ୍ନ ହୋଇଣ ମନେ ନ କରିସ ଖେଦ । ସନ୍ଧ୍ୟାହିଁ ପ୍ରବେଶ ଆସି ଛାଡ଼ ଗୋ ବିଷାଦ ।୪। ଅନେକ ପ୍ରକାରେ ଚାଟୁ କରି ନରହରି ଚରଣେ ତୋହର ଅତି ବିନୟ ସେ କରି । ସୁନ୍ଦର ଅଶୋକ-ବନ ଲତା କେଳିସ୍ଥାନ । ତୋର ଆଶେ ବସିଅଛି ଶ୍ରୀମଧୁସୂଦନ ।୬। ଏ ତୋର ଘନଜଘନ ସ୍ତନଭାର ଭରେ । ବଢ଼ାଅ ଚରଣ ସଖି ଅତି ଧୀରେ ଧୀରେ ।୭। ରୁଣିତ ଶବଦ କରୁ ଏ ମଣି ନୁପୂର । ଗମନରେ