ଘନଜଘନସ୍ତନଭାରଭରେ ଦରମନ୍ଥରଚରଣବିହାରଂ ।
ମୂଖରିତମଣିମଞ୍ଜୀରମୁପେହି ବିଧେହି ମରାଳନିକାରଂ ।୩।
ଶଣୂ ରମଣୀୟତରଂ ତରୁଣୀଜନମୋହନମଧୁରିପୁରାବଂ
କୁସୁମଶରାସନଶାସନବନ୍ଦିନି ପିକନିକରେ ଭଜ ଭାବଂ ।୪।
ଅନିଳତରଳକିଶଳୟନିକରେଣ କରେଣ ଲତାନିକୁରମ୍ବଂ ।
ପ୍ରେରଣମିବ କରଭୋରୁ କରୋତି ଗତିଂ ପ୍ରତି ମୁଞ୍ଚ ବିଳମ୍ବଂ ।୫।
ସ୍ଫୁରିତମନଙ୍ଗତରଙ୍ଗବଶାଦିବ ସୁଚିତହରିପରିରମ୍ଭଂ ।
ପୁଚ୍ଛ ମନୋହର ହାରବିମଳଜଳଧାରମମୁଂ କୁଚକୁମ୍ଭ ।୬।
ଅଧିଗତମଖିଳସଖୀଭିରିଦଂ ତବ ବପୁରପି ରତିରଣସଜ୍ଜଂ ।
ସ୍ମରଶରସୁଭଗନଖେନ କରେଣ ସଖୀମବଲମ୍ବ୍ୟ ସଲିଳଂ ।
ଚଳବଳୟକ୍ୱଣିତୈରବବୋଧୟ ହରିମପି ନିଜଗତିଶୀଳଂ ।୮।
ଶୋଭା ପାଉ ମତ୍ତମରାଳର ।୮। ଶୁଣି ସଖୀ ମଧୁକର ମନୋହର ବାଣୀ । ମୋହ କରୁଅଛି ଯୁବା ବିରହୀ ତରୁଣୀ ।୯। ସୁସ୍ୱର ମଧୁର ପିକ ଘନ ଘନ ବାଣୀ । ମନସିଜ ଆଜ୍ଞା ତୋତେ କହୁଛି ମିତଣୀ ।୧୦। ସଧୀରେ ବହନ୍ତେ ମନ୍ଦ ମଳୟମରୁତ । ଚଳନ୍ତେ ଲତାର ଅଗ୍ରେ ନବ ମୃଦୁପତ୍ର ।୧୧। କରପଲ୍ଲବରେ କି ଏ ଠାରୁଅଛି ତୋତେ । ହରିପାଶେ ଅଭିସାର କର ଗୋ ତୁରିତେ ।୧୨। ଭରସା ବଳିଲା ଭାବ ସୁରତି ତୋହର । କର ତୁ ଗମନ ସଖି ବିଳମ୍ବ ନକର ।୧୩। ଘେନ ମୋହର ବଚନ ନ ଧର ବିମନ । ହରଷ ହୋଇଣ ଚଳ ନିକୁଞ୍ଜସଦନ ।୧୪। ମଦନେ ତରଙ୍ଗ ତନୁ ଅତି ବଶ ହୋଇ । କୃଷ୍ଣ ଆଲିଙ୍ଗନ କରିବାକୁ ମନ ଦେଇ ।୧୫। ଉଲ୍ଲସିତ ହୁଏ କୁଚକୁମ୍ଭ ବେନି ତାର । ଚଞ୍ଚଳତର ବିମଳ ମୁକୁତାର ହାର ।୧୬। ଲଜ୍ଜା ନିବାରଣ ରତିରଣେ ସଜ ହୁଅ ଦେଖନ୍ତୁ ସକଳ ସଖୀ କୃଷ୍ଣ ପାଶେ ଯାଅ ।୧୭। କଟିମେଖଳା ଶବଦ କରୁ ଏ କିଙ୍କିଣୀ । ସୁରତି ସମରେ ବୀରଡ଼ିଣ୍ତିମ ଏ ଜଣି ।୧୮।