୭୨ | ଜୟଦେବ | [୧୧ଶ ସର୍ଗଃ |
ନବଭବଦଶୋକଦଳଶୟନସାରେ ।
ପ୍ରବିଶ ରାଧେ ମାଧବସମୀପମିହ
ବିଳସ କୁଚକଲଶତରଳହାରେ । ୧୫।
କୁସୁମଚୟ ରଚିତଶୁଚିବାସଗେହେ ।
ପ୍ରବିଶ ରାଧେ ମାଧବସମୀପମିହ
ବିଳସ କୁସୁମସୁକୁମାର ଦେହେ ।୧୬।
ଚଳମଳୟବନପବନସୁରଭୀଶୀତେ ।
ପ୍ରବିଶ ରାଧେ ମାଧବସମୀପମିହ
ବିକସ ରତିବଳିତଲଳିତଗୀତେ ।୧୭।
ବିତତବହୁବଲ୍ଲିନପଲ୍ଲବଘନେ ।
ପ୍ରବିଶ ରାଧେ ମାଧବସମୀପମିହ
ବିଳସ ଚିରମଳସମୀନଜଘନେ ।୧୮।
ଦେଖି ।୩୯। ଉତ୍ସୁକେ ଅପାଙ୍ଗେ ଚାହିଁ ବଦନ ନୂଆଇଁ । କହଇ ସଜନୀ ତୁ ଗୋ ଶୁଣ ପ୍ରାଣସହି ।୪୦। ସୁନ୍ଦର ନିକୁଞ୍ଜଲତା କ୍ରୀଡ଼ାର ମନ୍ଦିର । ପ୍ରବେଶ ହୁଅ ତୁ ମାଧବର ସନ୍ନିଧ୍ୟର ।୪୧। ମଦନେ ଉନ୍ମତ୍ତ ତୋର ବଦନ ସହାସ୍ୟ । କରସଖି ବିବିଧପ୍ରକାରେ କେଳି କ୍ରୀଡ଼ା କର ମନରେ ସାଦରେ ।୪୩। ଏ ତୋହର ଘନକୁଚକୁମ୍ଭ ଉରପର । ଶୋଭିତ ତରଳ ଅତି ମୁକୁତାର ହାର ।୪୪। ବିବିଧ କୁସୁମ ହୋଇଛନ୍ତି ଆଚ୍ଛାଦନ । ଚାରୁ ମନୋହର ଏହୁ ଲତାର ସଦନ ।୪୫। କୃଷ୍ଣ ତୁଲେ ଏଥି କୁତୂହଳ କର ସହି । କୁସୁମହୁଁ ଅତି ସୁକୁମାର ତୋର ଦେହୀ ।୪୬। ବହଇ ସୁଗନ୍ଧ ମନ୍ଦ ମଳୟମରୁତ । କର ରତିରଙ୍ଗ ସଖି ଘେନି ଯଦୁନାଥ ।୪୭। ସୁସ୍ୱର ଲଳିତ ତୋର ଆଳାପିତବାଣୀ । ସନ୍ତୋଷ ହେଉ ମାଧବ ଶ୍ରବଣରେ ଶୁଣି ।୪୮। ବହୁତ ପ୍ରକାର ଲତା ପଲ୍ଲବ ଗହନ । ରଚିଅଛି ଶଯ୍ୟା ହରି ବିସ୍ତାର କରିଣ ।୪୯। ଏ ତୋର ଘନଜଘନ ପୀନକୁଚଭାର ।