ଗୋବର ଗୋଟେଇ
ଅପମାନରେ ସୁଦ୍ଧା ଯେ ଛଳ କରୁ ନାହିଁ, ଯାର ଏ ବିରାଟ ସଂପତ୍ତି ନଖାଗ୍ରରେ- ଜଣେ ତା' ପାଇଁ ସମସ୍ତ ବ୍ୟୟ କରିପାରେ- ରାକ୍ଷସୀ ତାଠାରେ ତୁମର ଏ କି ବିରୋଧ ?
ସରୋଜ ମଣିକୁ ଆଉ କୌଣସି ବିଷୟ ପଚାରିଲା ନାହିଁ- ଦିବଠାରୁ ସେ ମାସସବୁର ପଞ୍ଜିକା ପାଇଯାଇଥିଲା । ସମସ୍ତେ ଉପରେ ରହି ସରୋଜ ଆଣିଥିବା ମିଷ୍ଟାନ୍ନ ଜଳଖିଆ କଲେ । ଏମାନେ ତ ସମସ୍ତେ ପିଲା । କାହାର ଗତ କଥା ପ୍ରତି ଆଦୌ ଦୃଷ୍ଟି ରହିଲା ନାହିଁ । ପୂଜାରୀ ମହାଶୟ ପରିଷ୍କାର ସୁଦର୍ଶନ ହେଲେହେଁ ତାଙ୍କ ପଖାଳକୁ ସେ ଛାଡ଼ି ପାରିଲେ ନାହିଁ । ଜଳଖିଆ ତାଙ୍କ ଦେହରେ ନ ଯିବା କଥା ତାଙ୍କ ପୁରାଣରେ ପ୍ରସିଦ୍ଧ ।
ପିଉସୀ ଭଉଣୀଙ୍କ ପାଖକୁ ଖୁବ୍ ଥୋଡ଼ା ପଠାଇଦେଲେ । ସରୋଜ ତଳକୁ ଗଲା । ଏଥର ପିଉସୀଙ୍କ ସକ ସକ ହେଲା ଶୁଖିଲା ଆଖିଟାମାନ, କାନ୍ଦିଲା ପରି ହୋଇ କେତେ କହିଲେ- "କୁଆଡ଼େ ଯାଇ ବୁଲୁଚୁରେ ବାପା, ବୟସ ହେଲା- ବିଭା ସିଭାଟିଏ ହୁଅନ୍ତୁ, ଘର ଦୁଆର କରନ୍ତୁ- ଅଭିଆଡ଼ି ହୋଇ ଏମିତି କେତେ କାଳ ରହିବୁ କହିଲୁ ? ମର୍ଦପୁଅ କୁ ଆମକୁ କନ୍ୟା ଅପୂର୍ବ ? ବାୟାମନ ଥିର କର । ଏମିତି ପଗଲା ପରି ହୁଅନାଁ:- ନିଶଦାଢ଼ି ତ ହେଲା, ଆଉ ବିଭାରେ ସୁନ୍ଦର କଣ ରହିବ ? ବିଭା ହେଲେ ତ, ଆଉ କରଣ ଘର ରଜାଘର ପରି ଆମଘର ନୁହେଁ- ଅବଶ୍ୟ ୩ ବର୍ଷ ତ ଯିବ ?"
ଆହୁରି କ୍ରନ୍ଦନ ସ୍ୱରକୁ ଲମ୍ବା କରିଦେଇ କହିଲେ- "ହଇରେ ବାପା ! ଏ ପିଲାଟିକୁ ଆମର ରଖିବାର ଲୋଡ଼ା କଣ କହିଲୁ ବାପା ? ତାକୁ ଛାନ୍ଦିଦବାକୁ ଭାବିଥିଲୁ । ବର କଣ ସହଜରେ ମିଳୁଚନ୍ତି- ଗୁଣ ଥିଲେ