ଗୋବର ଗୋଟେଇ
ସେ ଚାଲିଗଲା- ତା ପଛରେ ମଧ୍ୟ ଏ ଯୁବକ ଘରର ସମସ୍ତ ମାୟା ତ୍ୟାଗ କରି ଚାଲିଗଲା । ଶେଷରେ ବାଳିକା ପାଇଁ ବାଳକ ଫାଶି କାଠରେ ଝୁଲିଲା- ମାତ୍ର ବାଳିକା ତାକୁ ରକ୍ଷା କଲା । ଯୁବକର କି ବାତୁଳତା ! ସେ ତାର ପ୍ରାଣ ପର୍ଯ୍ୟନ୍ତ ତାର ପ୍ରେମିକା ନିକଟରେ ବଳି ଦେବାପାଇଁ ଭୟ କଲା ନାହିଁ । ତାର ମନରେ ଅଇଲା, ସେ କଣ ଏହି ଲୋକାଚାର, ସମାଜ ଭୟକୁ ସେପରି ପାଦରେ ଦଳି ପାରିବ ? ସେ କଣ ଜଣକ ପାଇଁ ପ୍ରାଣବଳି ଦେବାକୁ କୁଣ୍ଠିତ ହେବ ନାହିଁ ? ଭାବିଲା, ଆଉ କଣ ଚେଷ୍ଟା- ସେ ନିଜେ ଚେଷ୍ଟାର ପରିପୂର୍ଣ୍ଣ ସାମଗ୍ରୀ । ସରୋଜ ବୁଝିଥିଲା, ମାତ୍ର ନ ବୁଝିଲାପରି ରହିଲା ।
ଉଠିବା ମାତ୍ରେ ଦେଖିଲା, ଘର ଆଲୁଅ କରି ସେହି ଦିବ୍ୟ ପ୍ରତିବିମ୍ବଟି ଝଲ ଝଲ ହେଉଚି । ଆହା, ଏହାକୁ ଅପରକୁ ଦେବାରେ ଲାଭ କଣ ? ତେବେ ତାର ସ୍ୱୀକୃତି- !
କିଛି ସମୟପରେ ଡାକବାଲା ଖଣ୍ଡେ ଚିଠି ଦେଇଗଲା । ଉପରେ ଦେଖିଲା ବିନୋଦଠାରୁ ଆସିଚି- ମୁହଁ ଧୋଇ ଖୋଲି ତାକୁ ଦେଖିଲା, ସେ ଚିଠି କଣ- ଗୋଟିଏ ପ୍ରବନ୍ଧ ! ବିନୋଦ ଏକବାରେ ଲେଖି ଯାଇଚି କେତେ କଣ !
ପ୍ରିୟତମ ଭାଇ !
ତୋର ପତ୍ର ପଢ଼ି ମୁଁ ବିସ୍ମୟ ହୋଇଚି । ମୁଁ ତୋତେ ବାରମ୍ବାର କହୁଚି ଯେ, ମୁଁ ପରୀକ୍ଷାକରି ଦେଖିଚି, ମୁଁ ହାତଲେଖା କବିତା ପଢ଼ି ଜାଣିଚି- ମୁଁ ସୁମଧୁର ସଙ୍ଗୀତ ମଧ୍ୟରେ ଶୁଣିଚି- ସେହି ତୁଣ୍ଡରେ ସେହି ହୃଦୟରେ ସେହି ମାଧୁରୀ ମଧ୍ୟରେ ତୋର ପ୍ରତିବିମ୍ବ ! ତୋରି ରୂପ । ସେଠାରେ ଅନ୍ୟର ଆଦୌ ନାମ ଗନ୍ଧ ନାହିଁ । ତାର ଅସ୍ୱୀକାର ହେବ ଏ