ଗୋବର ଗୋଟେଇ
କଳ୍ପନା ତୁ କିପରି କଲୁ ମୁଁ ଜାଣେ ନାହିଁ ! ହାୟ, ଦିନ ନାହିଁ, ରାତି ନାହିଁ, ସନ୍ଧ୍ୟା ନାହିଁ, ସକାଳ ନାହିଁ, ସର୍ବଦା ଯେ ତୋରି ରୂପ, ତୋରି ଗୁଣ, ତୋରି ପ୍ରାପ୍ତ ହୃଦୟରେ ପୂର୍ଣ୍ଣରୂପେ ସ୍ଥାନ ଦେଇଚି, ତୁ ଭୀତ- ଏ ପ୍ରସ୍ତାବ କରି ପାରିବୁ ନାହିଁ ?
ମୋରେ ଲେଖିଚୁ ଯେ "ତୁ ମତେ କଣ ଏପରି କଲେ ପୂର୍ବପରି ଗ୍ରହଣ କରିବୁ ?" କିପରି ଲେଖିଲୁ ବୁଝି ପାରିଲି ନାହିଁ । ଥରେ କହିଚି, ତୁ ଯଦି ନର୍କର ସୁଗଭୀର ପ୍ରଦେଶକୁ ଭଲ ପାଇ ଯାଉ ତେବେ ମୋତେ ନ ଡାକୁଣୁ ମୁଁ ନିଶ୍ଚୟ ଯିବି । ଏଥିରେ ତୋର ଭୟ କଣ ମୁଁ ବୁଝି ପାରୁ ନାହିଁ । ତୋ ଛଡ଼ା ଆଉ ମଣିର ଉପଯୁକ୍ତ କିଏ ? ଯଦି ମୋ ପରି ଗରିବ ଘରେ ବନ୍ଧୁ କରୁ, ତେବେ ମୁଁ ତୋର ସମଧି ହେବି । ତୋ ଦଳରେ କେତେ ଯୁବକ ନାମ ଲେଖାଇବେ । ଏ ଜାତି-ସମାଜର ବନ୍ଧନ ମନୁଷ୍ୟର ସ୍ୱାର୍ଥକୃତ । ଯେଉଁମାନେ ଶାସ୍ତ୍ର ଶାସ୍ତ୍ର ହେଉଚନ୍ତି- ଯେଉଁ ସ୍ମୃତି ପ୍ରଭୃତିରୁ ଆଦର୍ଶ ଦେଖାଇ ଏ ନାସସୁଙ୍ଘାଦଳ ଖଡ୍ଗ ଘେନି ଆଜି ବାହାରୁଚନ୍ତି ତାଙ୍କର ଜାତି କେଉଁଠି ? ଆଜି ବିଶ୍ୱ ବ୍ରହ୍ମାଣ୍ଡରେ ମାନବ ଜାତି । ମାନବ ଧର୍ମ ପ୍ରଚଳିତ ହେବ । ସେ ସ୍ୱାର୍ଥ ତ୍ୟାଗ କର । ଭାରତର ଅଧିବାସୀମାତ୍ରେ ହିନ୍ଦୁ । ସ୍ମୃତିକର୍ତ୍ତାମାନଙ୍କର କଣ ଜାତି ଥିଲା ତୁ ତ ଜାଣୁ ? ବଶିଷ୍ଠ ପରା ଦାସୀ ପୁତ୍ର- ପରାଶର ପରା ଚଣ୍ଡାଳୀର ପୁତ୍ର- ନାରଦ ପରା ଶୁଦ୍ରାର ପୁତ୍ର- ବ୍ୟାସ ପରା କେଉଟୁଣୀ ପୁଅ, ଏହା ସେହି ଯୁକ୍ତିତରଙ୍ଗାୟିତବକ୍ଷ ମନୀଷୀମାନେ ଜାଣିଚନ୍ତି ଟିକି ? କହିଲେ କହନ୍ତି- ସେମାନେ ନହିଲେ ତୁମେ । ଆରେ ଏ କଣ ହେଲା ତାର ଉତ୍ତର । ଏ ମୂର୍ଖମାନଙ୍କ କଥାରେ କୌଣସି ମୂଲ୍ୟ ନାହିଁ ।
ତୋର ବିବାହ ଆଶାସ୍ତ୍ରୀୟ ଆଦୌ ନୁହେଁ । ସେଥିପାଇଁ ଏହି କ୍ଷୁଦ୍ର ଜାତିଭୟ ତୋତେ ଛାଡ଼ିବାକୁ ହେବ । ମୁଁ ଲଢ଼ାଇ କରିବି । ଲଢ଼ାଇ