ପୃଷ୍ଠା:Gobar Gotei (C Mohapatra, 1930).pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

କଲେ ଜାତି ଶିଖିବ । ବଶିଷ୍ଠ- "ଅକ୍ଷମାଳା"କୁ ବିବାହ କରିଥିଲେ, ସେ କି ଜାତିର କନ୍ୟା? ନୀଚ ବର୍ଣ୍ଣ ଅନାର୍ଯ୍ୟ ଟିକି? ଜମଦଗ୍ନି ରେଣୁକାକୁ ବିବାହ କରିଥିଲେ, ସେ କଣ କ୍ଷତ୍ରିୟଟି ? ଗୌତମଙ୍କ ସ୍ତ୍ରୀ ଅହଲ୍ୟା କଣ ?- କ୍ଷତ୍ରିୟଟି ? ପୁରାଣରେ ଏପରି ଲକ୍ଷ ଲକ୍ଷ ଅସବର୍ଣ୍ଣ ବିବାହ ସେହି ବୈଦିକ ଯୁଗରୁ ଚଳି ଆସୁଅଛି । ସେଥିରେ କୌଣସି ପ୍ରକାର ଦୋଷ ନାହିଁ ।

ଆଦି କାଳରୁ ଦେଶରେ ପ୍ରତିଲୋମ ଆଉ ଅନୁଲୋମ ବିବାହ ପ୍ରଚଳିତ ଅଛି । ତେବେ ଉଚ୍ଚ ଜାତିର ପୁରୁଷ ନିମ୍ନ ଜାତୀୟା ସ୍ତ୍ରୀକୁ ବିବାହ କରିବାକୁ ଅନୁଲୋମୀ ବିବାହ କ‌ହନ୍ତି, ଏହା ଦେଶରେ ସର୍ବତ୍ର ଚଳି ଆସି ଅଛି; ମାତ୍ର ପ୍ରତିଲୋମ ବିବାହ ଅଳ୍ପ ଏବଂ ଦୂଷଣୀୟ ହେଲେହେଁ ଶ୍ରୀମଦ୍ ଭାଗବତର ୧୦|୭୮|୧୩|୧୪ ଶ୍ଳୋକରେ ପ୍ରତିଲୋମକ ରୋମ-ହର୍ଷଣ ବ୍ରାହ୍ମଣମାନଙ୍କ ମଧ୍ୟରେ ଉଚ୍ଚାସନ ଲାଭ କରିଅଛନ୍ତି । ଆଉ ପଚାରୁଛୁ କଣ ?

ଅସବର୍ଣ୍ଣ ବିବାହ ପୂର୍ବ ଯୁଗରେ ଅବାଧରେ ପ୍ରଚଳିତ ଥିଲା । ଯଦି ଶାସ୍ତ୍ରୀୟ ପ୍ରମାଣ ଦେଖିବାକୁ ଚାହଁ, ତେବେ ଦେଖ-

ତିସ୍ରସ୍ତୁ ଭାର୍ଯ୍ୟା ବିପ୍ରସ୍ୟ ଦ୍ୱେଭାର୍ଯ୍ୟା କ୍ଷତ୍ରିୟସ୍ୟତୁ । ଏକୈକ ଭାର୍ଯ୍ୟା ବୈଶ୍ୟସ୍ୟ ତ‌ଥା ଶୁଦ୍ରସ୍ୟ କୀର୍ତ୍ତିତା ବ୍ରାହ୍ମଣୀ କ୍ଷତ୍ରିୟା ବୈଶ୍ୟା ବ୍ରାହ୍ମଣସ୍ୟ ପ୍ରକୀର୍ତ୍ତିତାଃ କ୍ଷତ୍ରିୟା ଚୈବ ବୈଶ୍ୟଚ କ୍ଷତ୍ରିୟସ୍ୟ ବିଧୀୟତେ ବୈଶ୍ୟୈବ ଭାର୍ଯ୍ୟା ବୈଶ୍ୟସ୍ୟ ଶୁଦ୍ରାଶୂଦ୍ରସ୍ୟ କୀର୍ତ୍ତିତା ।

ଏ କାହାର ମନ‌ଗଢ଼ା ଶ୍ଳୋକ ନୁହେଁ । ବ୍ରାହ୍ମଣର ତିନିଜାତିର କନ୍ୟା ଭାର୍ଯ୍ୟା, କ୍ଷତ୍ରିୟର ଦୁଇଜାତି ଏବଂ ବୈଶ୍ୟ ଓ ଶୂଦ୍ରର ଏକ ଏକ