ପୃଷ୍ଠା:Gobar Gotei (C Mohapatra, 1930).pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ଅସମର୍ଥନ କରି ନାହାନ୍ତି । ସେମାନେ ବର୍ତ୍ତମାନ ସମାଜ ନେତାଙ୍କ ଭଳି ମୂର୍ଖ, ହୀନ ନ ଥିଲେ ।

ବିଷ୍ଣୁ ସଂହିତାରେ ଲେଖା ଅଛି-

ଅଥ ବ୍ରାହ୍ମଣସ୍ୟ ବର୍ଣ୍ଣାନୁକ୍ରମେଣ
ଚତସ୍ରୋ ଭାର୍ଯ୍ୟା ଭବନ୍ତି । ତିସ୍ରଃ କ୍ଷତ୍ରିୟସ୍ୟ ।
ଦ୍ୱେବୈଶ୍ୟସ୍ୟ । ଏକା ଶୂଦ୍ରସ୍ୟ ।- ୨୪ ଅଧ୍ୟାୟ

ପୁଣି ମନୁ ସଂହିତାର ୩ୟ ଅଧ୍ୟାୟ ୧୩ଶ ଶ୍ଳୋକରେ ଲେଖା ଅଛି-

ଶୂଦ୍ରୈବ ଭାର୍ଯ୍ୟା ଶୁଦ୍ରସ୍ୟ ସାଚ ସ୍ୱାଚ ବିଶଃସ୍ମୂତେ
ତେଚ ସ୍ୱା ଚୈବ ରାଜ୍ଞଃସ୍ୟୁ ସ୍ତାଣ୍ଣ ସ୍ୱାଚାଗ୍ରଜନ୍ମନଃ ।

"ଶୂଦ୍ରା କେବଳ ଶୂଦ୍ରର ଭାର୍ଯ୍ୟା ହେବ; ଶୂଦ୍ରା ଏବଂ ବୈଶ୍ୟା ‌‌‌‌- ବୈଶ୍ୟର ବିବାହଯୋଗ୍ୟା । ଶୂଦ୍ରା, ବୈଶ୍ୟା, କ୍ଷତ୍ରିୟା କ୍ଷତ୍ରିୟ ବର୍ଣ୍ଣର ବିବାହଯୋଗ୍ୟା ଏବଂ ଶୂଦ୍ରା, ବୈଶ୍ୟା, କ୍ଷତ୍ରିୟା ଏବଂ ବ୍ରାହ୍ମଣ ବ୍ରାହ୍ମଣର ବିବାହଯୋଗ୍ୟା ହେବ ।"

Mr. Elphinstone (ଏଲ୍‌ଫିନ୍‌ଷ୍ଟୋନ୍) ସାହେବ ତାଙ୍କ ରଚିତ ଭାରତବର୍ଷର ଇତିହାସରେ କଣ ଲେଖିଚନ୍ତି-

"Men of the three first classes are freely indulged in the choice of women from any inferior caste, but not marriage is permitted with woman of a higher class-."

ଏହିପରି ଲକ୍ଷ ଲକ୍ଷ ପ୍ରମାଣ ଆର୍ଯ୍ୟ ଶାସ୍ତ୍ରରେ ପୂର୍ଣ୍ଣ ହୋଇ ରହିଅଛି ।