ଗୋବର ଗୋଟେଇ
ନିକୃଷ୍ଟକୁଳସମ୍ଭୂତା ଅକ୍ଷମାଳା ଏବଂ ପକ୍ଷିନୀ-ଶାରଙ୍ଗୀ କ୍ରମାନ୍ୱୟରେ ଋଷିବଶିଷ୍ଠ ଓ ମନ୍ଦପାଳଙ୍କ ସହିତ ବିବାହସୂତ୍ରରେ ମିଳିତ ହୋଇ ପରମ ମାନ୍ୟା ହୋଇଥିଲେ । ଉକ୍ତ ରମଣୀ ଦୁହେଁ ଏବଂ ସତ୍ୟ ତା ପ୍ରଭୃତି ଆହୁରି କେତେଗୁଡ଼ିଏ ରମଣୀ ଅପକୃଷ୍ଟ ବଂଶୀୟା ବା ଅପକୃଷ୍ଟଯୋନିଜା ହେଲେ ମଧ୍ୟ ଭର୍ତ୍ତୃଗୁଣରେ ସବିଶେଷ ଉତକର୍ଷ ଲାଭ କରିଥିଲେ ।
"ସ୍ତ୍ରୀରତ୍ନଂ ଦୁଷ୍ଫୁଳାଦପି"- ମନୁ ଲେଖିଛନ୍ତି, ଦୁଷ୍ଫୂଳରୁ ସୁଦ୍ଧା ଗ୍ରହଣ କରି ପାରିବ ।
ଆଉ ଲେଖି ପାରିବି ନାହିଁ । ଢେର ଲେଖିଛି । ସମାଜର ଲୋକେ କଣ କହିବେ, ଏହି ଭୟ କାପୁରୁଷ ଛଡ଼ା ଅନ୍ୟ କାହାଠାରେ ଦେଖା ଯାଏ ନାହିଁ । ମୋତେ ଆମ ଗାଁରେ କଣ କରୁ ନ ଥିଲେ । ମୁଁ ମୋର ସ୍ତ୍ରୀ ଠାରୁ ନାକ କାନରୁ ଗହଣା ଫିଙ୍ଗି ଦେଇଥିଲି- ତାର ବ୍ରହ୍ମରାକ୍ଷସୀ ରୂପ ବଦଳାଇ ଦେଇଥିଲି-
ମାତ୍ର ମୋର ଏ ଦୋଷ କେତେ ଦିନ ରହିଲା ? ଆଜି ମୋର ଶିକ୍ଷା ଏ ରାଜ୍ୟରେ ଉପକାର କରିଛି । ବହୁତ ବାଳିକା ନିଜେ ନିଜେ ବୁଝି ପାରି ତାହା ଫିଙ୍ଗି ଦେଇଅଛନ୍ତି, ବହୁତ ଯୁବକ ସ୍ୱ ସ୍ୱ ସ୍ତ୍ରୀମାନଙ୍କଠାରୁ ବାହାର କରି ଦେଇଅଛନ୍ତି । ହାୟ ହାୟ ! ନାକଟାକୁ ଗୁଡ଼ାଏ ବିଭତ୍ସତାରେ ମଣ୍ଡନ କଲେ ସେ କି କଷ୍ଟ ପାଇବ ନାହିଁଟି ? ପୁଣି ବ୍ରହ୍ମରାକ୍ଷସୀ ଦେଖିଲେ କିଏ ନ ଚମକିବ ?
ସବୁ ଚାଲାକି ସରୋଜ ମୁଁ ଜାଣେ ।
ସେ ପରା କବିତା ଲେଖିଥିଲା- "କବିତା ରାଇଜେ ସେହି ପ୍ରଥମ ଚୁମ୍ବନ"- ସବୁ ମନେ ଅଛି । ଉଭୟଙ୍କର ଉଭୟଙ୍କଠାରେ ପ୍ରୀତି ଅଛି , ଏ