ଗୋବର ଗୋଟେଇ
କିଛି ଚିନ୍ତା କର ନାହିଁ । ସବୁ ହରି ସୁଖରେ ସୁଖରେ ସଂପୂର୍ଣ୍ଣ କରିବେ ।"
କାନ ପାଖରେ ମୁହଁ ରଖି ଚୁପ୍ ଚୁପ୍ କହିଲେ- ବାୟାଣି ! ଯେବେ ଆମ ମା ଝିଅଙ୍କୁ ବିଭାଘରେ ଲୋଡ଼ାକରୁ ତେବେ ବିଭାଘର ଦିଦିନ ଥିବ ଡକେଇ ପଠେଇବୁ । ଯା, ମୋର ତ ତିନିକାଳ ଯାଇଚି- କିଏ ପଚାରୁଚିଲୋ ମା ? ଝିଅ ମୋର ମଧ୍ୟ ଘରେ ଥିବ । ଅହ୍ୟ ମାଇକିନାଟିଏ ଘରକୁତ ଅଇଲେ ଭଲହେବ- କଣ କହୁଚୁ ?"
ମଣି ମନେ ମନେ ଭାବୁଥାଏ-ଧନର-ଅର୍ଥର-ମହତ୍ୱ, ସେ ତ ବେଶ୍ ପରିବର୍ତ୍ତନ ମନୁଷ୍ୟକୁ କରିପାରେ-ମାତ୍ର କ୍ଷଣକପାଇଁ-ଯେତେବେଳଯାଏ ଗାଡ଼ିରେ ତେଲ ଅଛି ତେତେବେଳ ଯାଏ ସେ ଚାଲୁଛି । ତେଲ ସରିଲେ ସେ ବନ୍ଦ । ଅର୍ଥ ଦେବା ପର୍ଯ୍ୟନ୍ତ ସମସ୍ତେ ଆପଣାର-ଅର୍ଥ ସରିଲେ କେହି କାହାର ନୁହନ୍ତି । ଏ ମା' ଝିଅଙ୍କ କଥା ଶୁଣି ତାକୁ ହସ ମାଡ଼ିଲା । ଏମାନେ ତାକୁ କି ବାକ୍ୟ ବାଣରେ ନିର୍ଜାତିତ କରୁ ନ ଥିଲେ- ମାତ୍ର ବର୍ତ୍ତମାନ କୋଡ଼ରେ କାଖରେ ବସାଇ କି ମଧୁର କଥା କହୁଛନ୍ତି ପୁଣି କି ମହତ୍ୱ ବର୍ଣ୍ଣନା କରୁଚନ୍ତି । ହାୟ ! ସଂସାରର ରୀତି ଏହିପରି ।
ବର୍ତ୍ତମାନ ବିଦାୟର ସମୟ ଆସି ପହଞ୍ଚିଲା । ଗାଡ଼ି ଛିଡ଼ା ହେଲା । ପିଉସୀ- ଝିଅ ଦୁହେଁ ମଣିକୁ କୋଡ଼ରେ ପୂରାଇ ଖୁବ୍ଝୁଙ୍କାଏ କାନ୍ଦି ପକାଇଲେ । ତାକୁ ଛାଡ଼ି ଯିବା ପାଇଁ ଯେପରି ତାଙ୍କର ମନ ଆଦୌ ହେଲା ନାହିଁ । ଏ ଅଭିନୟ ବିନୋଦ ଆଉ ସରୋଜ ଦେଖି ଆଶ୍ଚର୍ଯ୍ୟ ହେଲେ । ମୁହଁରେ ରୋମାଲ ଦେଇ ହସିଲେ । ବାଃ-କି ଚମତ୍କାର ପରିବର୍ତ୍ତନ ! ତେବେ ମଣି ଏମାନଙ୍କର ନିଜର ଏତେ ଦୂର । ଆମେ