ଗୋବର ଗୋଟେଇ
ସବୁ ପର ନିଶ୍ଚୟ ବିନୋଦ !' ବିନୋଦ କହିଲା- "ରହ-ଦେଖ ଅଭିନୟ ।"
ବୁଢ଼ୀ ମଣିକୁ ଆଶୀର୍ବାଦ ଉପରେ ଆଶୀର୍ବାଦ ଢାଳି ଦେଇ ଦିହମୁଣ୍ଡ ଆଉଁଶି ପକାଇଲେ । ଆଜି ତାଙ୍କର କରାଳ କାଳୀ ମୂର୍ତ୍ତି ଏପରି ପ୍ରସନ୍ନ ବଦନା-ଶାନ୍ତ ମୂର୍ତ୍ତି ଧରିଛି ଯାହା ପୂର୍ବେ କେବେ ହେଲେ ଥରକ ପାଇଁ ଲୋକ ଲୋଚନ ଅଗୋଚର ଥିଲା ।
ସରୋଜ ହସକୁ ମାରି ବିନୋଦ ସହିତ ଯାଇ ପିଉସୀଙ୍କୁ ନମସ୍କାର ହୋଇ କହିଲା- "ଯାଉଛତ- ମନେ ପକୋଉ ଥିବ ?"
ଏଥର ପିଉସୀ ସରୋଜକୁ ପାଖକୁ ଡାକି ଟିକିଏ ଦୂରେଇ ହୋଇ ଛିଡ଼ା ହୋଇ ଚିବୁକରେ ତାର ହାତ ଦେଇ କହିଲେ "ବାୟା । ଯାଉଚି-ବାୟାଣୀକୁ ସବୁ କହିଚି-ସେ କହିବ ଯେ ।"
ଏହି ସମୟରେ ମଣି କାନର ଫୁଲ ଦୁଇଟିକୁ ବାହାର କଲା । ଏ ଫୁଲ ଦୁଇଟିର ସୌନ୍ଦର୍ଯ୍ୟ ଅତୁଳନୀୟ । ତାର କାନରେ ଲାଗି ଏହା ଯେ କି ମଧୁର ଦିଶେ ତାହା ବର୍ଣ୍ଣନା କରି ହେବନାହିଁ । ତେବେ ସେ ଏହି କାନଫୁଲ ଦୁଇଟିକୁ ବଡ଼ ଆଦର କରେ । ଅଳ୍ପ ଭୂଷଣାର ସାଧାରଣ କେତେ ଖଣ୍ଡ ଗହଣା ଭିତରେ କାନଫୁଲ ତା ନିକଟରେ ଅତି ସ୍ନେହର । ପିଉସୀଙ୍କ ଝିଅର ଆଦର ତାହା ପ୍ରତି ଗାଡ଼ିଚାଲିବା ବେଳେ ସେ ଅନୁଭବ କରିଥିଲା । ତାର ଏହି ଫୁଲକୁ ବହୁବାର ଦେଖି କନ୍ଧ ପଚାରିଥିଲା-"ଏହାର ଦାମ କେତେ- ଏହା କେତେଦିନୁଁ ଲଗାଇଲୁଣି ? ଇତ୍ୟାଦି ।"
ମଣି ବୁଝିଥିଲା କନ୍ଧ ନାନୀର ଏହା ପ୍ରତି ସ୍ନେହ ଆସିଛି । ସେ ସେଥିପାଇଁ ଶେଷ ବିଦାୟ ସମୟରେ କାନରୁ ବାହାର କରି ତା ହାତରେ