ଗୋବର ଗୋଟେଇ
ଗୁଞ୍ଜି ଦେଲା । ସେ ପ୍ରଥମେ ଅନିଚ୍ଛା ପ୍ରକାଶ କରୁଥିଲା- ମାତ୍ର ମଣିର ଗଳାଯୋରରେ ନେଲା । ମଣିକୁ କୁଣ୍ଢେଇ ଗେଲ କରି-ଆଶୀର୍ବାଦ ଦେଇ-ଚୁମାଦେଇ ବୁଢ଼ୀ ଆଉ କନ୍ଧ ବିଦାୟ ନେଲେ କାନ୍ଦି କାନ୍ଦି ।
ସରୋଜ, ବିନୋଦ, ମଣି ଅନ୍ୟ ଗାଡ଼ିରେ ଫେରି ଆସିଲେ । ଏଥର ହସର ଯୁଆର ଉଠିଲା । ମାତ୍ର ମଣି ବିଦାୟ ଦୁଃଖରେ ଏପରି ବିଷାଦିତ ଥିଲା ଯେ ଆଦୌ ସେମାନଙ୍କ ହସରେ ଯୋଗଦେଇ ପାରିଲା ନାହିଁ । ବରଂ ଆଖିରୁ ଲୁହ ଧାରା ଗଡ଼ାଇଲା । ସରୋଜ ଆଉ ସମ୍ଭାଳି ପାରିଲା ନାହିଁ-ହୋ ହୋ ହୋଇ ହସି ଉଠିଲା । "ବାଃ-ଭାରିତ ପ୍ରେମ-ପିଉସୀ ତ ଏକବାରେ ହୃଦୟର ମଣି କରି ନେଇଗଲେ । ବାଃ-ଅର୍ଥ କଣ ନ କରେ ?
ଏଥର ମଣି ବିରକ୍ତ ହେଲା- "ନାଇଁ ତା'ନୁହେ, ସେମାନେ ଭାରି ଭଲ ଲୋକ- ।"
"ଆରେ କବିଙ୍କ ଦୃଷ୍ଟିରେ କିଏ ଭଲ ନୁହେଁ କି ? ବାଲି ଗୁଡ଼ାକତ ମୁକ୍ତା ରେଣୁ । ହେଉ ହେଉ ପିଉସୀ କଣ ଗୁପ୍ତମନ୍ତ୍ର ଦେଉ ଥିଲେ ? ସମସ୍ତ କଥା ମଣି ଗୋଟି ଗୋଟି କହିଗଲା ସରୋଜର ବିନୋଦର ପେଟ ପିଡ଼ା ହୋଇଗଲା ହସି ହସି । ତେବେ ପିଉସୀ-ଆସିବେ-ଆଛା ।"
ନାନାପ୍ରକାର ହସ ରହସ୍ୟରେ ସମସ୍ତେ ଘରକୁ ଫେରିଗଲେ । ସେ ଦିନ ସାରା ମଣିକୁ ଦୁହେଁଯାକ-ଘାଣ୍ଟି ପକାଇଲେ । କିମିତି ସେମାନେ ଉଗ୍ରଚକ୍ଷୁରେ ଚାହୁଁଥିଲେ-ତୁ କିପରି ଟଙ୍କା ତାଙ୍କୁ ଦେଲୁ ? ସେଠୁ ବୁଢ଼ୀ କଣ କହିଲା-ଝିଅ କଣ କହିଲା । ତାକୁ ବାରଂବାର ଏହି କଥାଟା ଶୁଣିବାକୁ ବଡ଼ ଭଲ ଲାଗିଲା ।
ବିନୋଦ କାଗଜ ପେନ୍ସିଲ୍ ଧରି ବସିଗଲା । ଏ ଦୃଶ୍ୟଟାକୁ ସେ ଗୋଟାଏ ଗଳ୍ପ ନକଲେ ହୃଦୟର ବେଗ ସମଳା ଯିବ ନାହିଁ । ଗଳ୍ପଟି ଲେଖା