ଗୋବର ଗୋଟେଇ
ଯାଉ ନାହାନ୍ତି ? ମୋର ପିଲା କେଉଁଠି ସଢ଼ୁଚି ? ପ୍ରଭୁ ! ସର୍ବଶୁଭରେ ଫେରାଇ ଆଣ ମୋ ଧନକୁ । ପାଣି ମନ୍ଦିଏ ପିଆଇ ତାକୁ ବଞ୍ଚାଇବି । ଗୋଟିଏ ଚୁମା ଦେଲେ, ଟିକିଏ କୋଡ଼ରେ ଧଇଲେ ମୋର ପ୍ରାଣ ଶୀତଳ ହେବ ।"
ବୁଢ଼ୀ ଦାଣ୍ଡକୁ ବାହାର, ବାହାରକୁ ଦାଣ୍ଡ ଏପରି ଛଟପଟ ହେଉଥାନ୍ତି, ମେଘ ଛାଡ଼ିଗଲା ପରେ ଚାହିଁ ଚାହିଁ ତାଙ୍କ ଆଖିରୁ ପାଣି ମଲା । ତଥାପି ମଣି କାଇଁ ? ତାଙ୍କର ମନ ହେଲା- ବାଡ଼ିଖଣ୍ଡ ଧରି ବାଟକୁ ଖୋଜି ଯାଆନ୍ତେ- ମାତ୍ର ଆଖିକି ତ ଭଲ ଦିଶୁ ନାହିଁ । ହାୟ ! ଭଗବାନ୍ ତୁମର କୃପାସିଂହାସନ ଆଉ କେତେ ଦୁଃଖ କଷ୍ଟ ହେଲେ ଟଳେ ? ବୁଢ଼ୀ ପୂର୍ବ ଜନ୍ମରେ କି ଦୋଷ କରିଥିଲ, ଆଜି ତୁମେ ୮୦ ବର୍ଷ ବୟସରେ ଏପରି ନିର୍ଜ୍ଜଳ ଏକାଦଶୀ କରି ଆଶ୍ରାବିଶ୍ରା ଶୂନ୍ୟଭାବରେ ଚଳୁଚ ? ନାଁ ନାଁ- କବି ତ ଲଳିତ ତାନରେ ଗାଇଚନ୍ତି-
"ନ ଥାନ୍ତା ରେ ଯେବେ ଘନ ଅନ୍ଧାକାର କେ ବୁଝନ୍ତା
ଦିନମଣି ସନମାନ ?
ନ ଥାନ୍ତା ରେ ଯେବେ ନିଦାଘର ଖରା ଧରା କି
ରସନ୍ତା ବାରିଝରା ତାନ !"
ଅକ୍ଷରେ ଅକ୍ଷରେ ଠିକ୍ । ପଦେ ପଦେ ଠିକ୍ । କବି ଅନୁଭବର ସାକ୍ଷୀ ଦେଇଚନ୍ତି- ବୃଦ୍ଧା, ମଙ୍ଗଳମୟଙ୍କୁ ଚିନ୍ତାକର ।
"ମା, ବୁଢ଼ୀ ମା-
"ଆଲୋ ମୋ ଧନ ଆଇଲାଣି ଲୋ ?" କହି ବୃଦ୍ଧା ତ୍ୱରିତ ପଦକ୍ଷେପରେ ଦାଣ୍ଡକୁ ଯାଇ କପାଟଟି ଫିଟାଇଦେଲେ ଏବଂ ମଣି ଘରକୁ ପଶିଯିବା