ଗୋବର ଗୋଟେଇ
ତାଙ୍କ ନୟନର ନନ୍ଦନ, ହୃଦୟର ହାର- ପ୍ରାଣର ପ୍ରାଣ, ଦିଗଦଗର ଧ୍ରୁବ ତାରା- ବର୍ତ୍ତମାନ ସେ କଲେଜରେ ପଢ଼ୁଅଛି । ତେବେ ତାଙ୍କର ଏହି ବାଳିକାଟିକୁ ଦେଖି ମନ୍ଦାକିନୀର ସ୍ମୃତି ମନେ ପଡ଼ିଲା । ହାୟ ! ସମସ୍ତେ ଏହିପରି ଦିନେ ଚାଲିଯିବେ- ଏମାୟା, ହୀନତା, ବର୍ବରତା କାହିଁକି ? ଆଜି ମୁଁ ସର୍ପଦ୍ୱାରା କଣ ହୋଇଥାନ୍ତି । ଦୀର୍ଘ ନିଶ୍ୱାସ ପକାଇ କେତେ କଣ ଭାବି ବାଳିକାଟିକୁ ଆଲୋକରେ ଦେଖିଲେ ସେ ଏପରି ଆଖି ଦୁଇଟି କୌଣସି ଠାରେ କେବେ ଦେଖି ନାହାନ୍ତି । କେବଳ ସୌନ୍ଦର୍ଯ୍ୟ ରକ୍ଷା କରି ଆଖି ଦୁଇଟି ମାତ୍ର ଅଛି । ଆଉ ଅଙ୍ଗ ପ୍ରତ୍ୟଙ୍ଗ ଚଢ଼େଇ ପରି ହୋଇ ଯାଇଅଛି । ବାଳରେ ତେଳ ଟିକିଏ ନ ଲାଗିବାରୁ ତାହା ନିତାନ୍ତ ଅସଂଯତ ହୋଇ ପଡ଼ିଚି । ଗାଲ ଦୁଇଟି ଦାନ୍ତ ସନ୍ଧିରେ ହନୁ ହାଡ଼କୁ ଲାଗି ଯାଇଚି । ମାତ୍ର ସୁନ୍ଦର ନାକଟି ରହିଚି । ଧନ୍ୟ ଧନ ! ତୁମର ଧନ କଣ ପାଇଁ ଆଉ । ଯେ ଦାଣ୍ଡକୁ ବାହାରି ପଦେ ଦୁଃଖର ବାଣୀ ଶୁଣାଇ ପାରିବ ନାହିଁ ତାକୁତ ତମେ ଦୟା କର ନାହିଁ, ଆଉ କର କାହାକୁ ?
ଏହିପରି କେତେ କଣ ଶ୍ୟାମବାବୁ ଭାବି ଭାବି ଆଖିରୁ ଲୁହ ବୁହାଇ ଦେଲେ । ଆଉ ଯେମାକୁ ପଚାରିଲେ- "ତୁମ୍ଭର ମା ଏହି ଘର ଖଣ୍ଡି କଣ ନିଜର ?"
ହଁ ଆମର ନିଜର- ତେବେ ସେ ବୋଧେ ହୁଏ ନିଲାମ ହେବ । କିଆଁ ନାଁ ୩ ବର୍ଷର ଖଜଣା ବାକି ଅଛି । ମା' ପନ୍ଦି ଫିକର କରି କରି ଥକିଲେଣି ଏକାଠି ତିନି ଟଙ୍କା ଭିଆଇ ପାରୁନାହାନ୍ତି । ଆଉ ବିଲ ଆମର କେତେ ଅଛି ଯେ ସେତକ ତ ଯାଉଥିଲା- ତାକୁ ଏଇଠା ଇସ୍କୁଲ ପିଲେ ଚାନ୍ଦା କରି ରଖେଇ ଦେଲେ । ମତେ ଗାଁରେ ଧନୀ ଘର ପିଲେ ସବୁ