ଗୋବର ଗୋଟେଇ
ଏଣେ ଗଫ ସଫ ହେଉ ଥାଏ, ତେଣେ ବୁଢ଼ୀ ଶ୍ୟାମବାବୁ ଶୋଇବା ପାଇଁ ଖଟ ସଜାଡ଼ୁ ଥାନ୍ତି । ଖଣ୍ଡିଏ କେଉଁ କାଳର ଧୋତଡ଼ି ଖଟ ଥିଲା, "ସେ ତାକୁ ଦଉଡ଼ି ବାନ୍ଧି ଠିକଣା କରୁଥାନ୍ତି । ଶ୍ୟାମବାବୁ ପଚାରିଲେ- ମା, ସେଟା କଣ କରିବ ?"
"ବାବା, ତୁ ଆଉ କେଉଁଠି ଶୋଇବୁ ? ଘରଦ୍ୱାର ତ' ଚାରିଆଡ଼ ତିନ୍ତି ଯାଇଚି- ଆମର ସବୁଦିନର ଅଭ୍ୟାସ, ଶୋଇ ପଡ଼ିବୁଁ, ଆଉ ତୁ ତ ତଳେ ଶୋଇ ପାରିବୁ ନାହିଁ । ଏଟା ଛିଡ଼ିବ ନାହିଁ ଯେ- ମୁଁ ଦଉଚି ତିଆର କରି ।"
"ମା, ବାୟାଣୀ ହେଲ, ମୁଁ କଣ ଏଡ଼େ ଦେବତା ? ଦଶ ବର୍ଷର ସୁକୋମଳ ଶିଶୁ ଶୋଇବ ଓଦାରେ, ଭୂଇଁରେ, ମୁଁ ଶୋଇବି ଖଟରେ ? ୮୦ ବର୍ଷର ବୃଦ୍ଧା ଶୋଇବେ ବରଷା ପାଣିରେ- ମୁଁ ଶୋଇବି ଖଟରେ ? ନା ମା, ତା ହେବ ନାହିଁ । ସମସ୍ତେ ଭୂଇଁରେ ଶୋଇବା ।"
ବୁଢ଼ୀଙ୍କର ଜବାବ ଦେବାକୁ କିଛି ମାତ୍ର କଥା ଦିଶିଲା ନାହିଁ । ସେ ଭାତ ଦେଖିବାକୁ ଘରକୁ ଚାଲିଗଲେ ।
ବାବାଝିଅ ଖାଇସାରି ହାତ ଧୋଇ ପକାଇଲେ । ଆଉ ପୁଣି ଯାଇ ତାଙ୍କ ଜାଗାରେ ବସି କଥାବାର୍ତ୍ତା ହେଲେ । ମଣି ତା ପିଲାଦିନର ଶହଶହ କଥା କହିଗଲା । ଶ୍ୟାମ ବାବୁ ସବୁ କାନ ଡେରି ଶୁଣିବାକୁ ଲାଗିଲେ ।
ଯଥା ସମୟରେ ଭାତ ବଢ଼ା ହେଲା । ବାପଝିଅ ବସିଲେ ଗୋଟିଏ ପତରରେ, ଆଉ ବୁଢ଼ୀ ବସିଲେ ଗୋଟିଏ ପତରରେ । ବୁଢ଼ୀ ବସୁ ନଥିଲେ, ମାତ୍ର ଶ୍ୟାମବାବୁ ବାଧ୍ୟ କରି ବସାଇଲେ । ତରକାରୀ ଭିତରେ ଶାଗ ଖରଡ଼ା, କଦଳୀ ଭଜା, ଆଉ ପରିବାର ବେଶର । ଏହି ଗରିବର