ପୂଜା ଛୁଟିରେ ଘରକୁ ଘେନିଆଣିବୁ ଏବଂ ଶୀଘ୍ର ଘରକୁ ଚାଲିଆସିବୁ । ପାରିଲେ ତୋର ସଙ୍ଗୀ ବିନୋଦକୁ ସଙ୍ଗରେ ଆଣିବୁ । ମୁଁ ମାସକ ପରେ ସମ୍ଭବତଃ ପେନ୍ସନ୍ ପ୍ରାର୍ଥନା କରି ଚାଲିଆସିବି ।"
କଥାଟା ଶୁଣିସାରି ସରୋଜ ମନରେ ଦୁଃଖ ଆସିଲା । ବାସ୍ତବରେ ପରାଧୀନତା କି ଦୁଃଖମୟ ବ୍ୟାପାର । ବାପାଙ୍କର ଶାରୀରିକ ଅସ୍ୱାସ୍ଥ୍ୟ ନେଇ ସେ ଦୁଇବର୍ଷ ତଳେ ବଡ଼ କଷ୍ଟରେ ବଦଳି ହୋଇ ରାଜ୍ୟକୁ ଆସିଥିଲେ ! ପୁଣି କାର ମନେ ପଡ଼ିଗଲା- ସେହି ଦୂରକୁ ଟାଣି ନେବାକୁ ? ମାତୃହୀନ ସନ୍ତାନର ଏକମାତ୍ର ପିତା ସମ୍ବଳ । ସେ ଗ୍ରୀଷ୍ମ ଛୁଟିରେ ଘରକୁ ଯାଇ ନଥିଲା, ଏବେ ପୂଜାରେ ଯାଇ ଟିକିଏ ଦେଖି ପାରିବ ନାହିଁ - ଏଥିପାଇଁ ତାର ମନ ବଡ଼ କିଛି ଦୁଃଖ ହେଲା ।
ବିନୋଦକୁ ପଚାରିଲା- "ଯିବୁ ?" ବିନୋଦ କହିଲା- "ହଉ; ମୁଁ ତ ତୋ କଥା ସଦାବେଳେ ଅମାନ୍ୟ କରେ । ଆଚ୍ଛା ସରୋଜ, ମଣି କଣ ଗାର୍ଲସ୍କୁଲରେ ପଢ଼ୁଛି ?"
ସରୋଜ କହିଲା- "ହଁ ତା' ଚିଠି ପଢ଼ି ନାହୁଁ କି ସୁନ୍ଦର ଲେଖା ତାର- ସେପରା ମୋ ବାପାଙ୍କର ଝିଅ, ମୋର ଭଉଣୀ । ମୁଁ ତାକୁ କେବେ ଦେଖି ନାହିଁ- କେବଳ ତା' ଚିଠି ବାପାଙ୍କ ଚିଠିରୁ ଯାହା ପାଏ । ଆମେ ତ ଘରକୁ ଗଲେ ତିନିହେଁ ଏକାଠି ରହିବା । ତୁ ଯିବୁ କି ନାଁ, ଠିକ୍ କରି କହ । ତୁ ତ ପାଗଳ, ସେଠୁ କେଉଁ ଦିନ କହିବୁ ନାଇଁ ଘରକୁ ଯିବି ।"
"ନାଇଁମ, ମୁଁ ଯିବି କହୁଚି- ବାପାଙ୍କ ବିଜୟୀ ଧର୍ମାବତାର କଥା 'ନବୀନ'ରେ ବହୁଥର ପଢ଼ିଚି- ମଣିକି ନ ଦେଖିଲେ କଣ ସମ୍ଭଳାଯିବ । ମଣି ତ ଚିଠିରେ ତୋତେ କିଣି ନେଇଚି- ମୁଁ ତାକୁ କଥାରେ କିଣିନେବି । ଏ ତ ଏତେ ଛୋଟଦିନ ବେଶ୍ ସରୋଜ !"