୭୩]
ଗୋବର ଗୋଟେଇ
କାଠ ଭିତରେ ବାସ୍ତବିକ୍ କି ନୈସର୍ଗିକ ଶକ୍ତି ଅଛି ଯାହା ପାଇଁ କୋଟି କୋଟି ନର ନାରୀ ପାଗଳ-
ଖ୍ରୀଷ୍ଟାନ ଆସନ୍ତୁ, ବୌଦ୍ଧ ଆସନ୍ତୁ, ଜୈନ ଆସନ୍ତୁ, ନାସ୍ତିକ ଆସନ୍ତୁ, ମୁସଲମାନ ଆସନ୍ତୁ, ବ୍ରାହ୍ମ ଆସନ୍ତୁ, ଆର୍ଯ୍ୟ ଆସନ୍ତୁ-ଖଣ୍ଡା ଦାଢ଼ରେ ହେଉ- ଧନ ଲୋଭରେ ହେଉ-ବାକ୍ୟ ବାଣରେ ହେଉ, ସେ ମୂର୍ତ୍ତିସୃହା ଏ ଦେଶରୁ ଉଠିଲା ନାହିଁ । ଯାହାକୁ ଧରି ହେବ ନାହିଁ- ଯାହାକୁ ଛୁଇଁ ହେବ ନାହିଁ, ଯାହା ଧାରଣାର ଅତୀତ- ମନର ଅଗୋଚର ଏପରି ପାଦର୍ଥକୁ କିଏ ଗୋଡ଼ାଇବ ? ହିନ୍ଦୁ ଅନନ୍ତ କାଳରୁ ସେ ମୂର୍ତ୍ତି ମଧ୍ୟରେ କଣ ଦେଖୁଛି, କେବେ ତାକୁ ଭୁଲିପାରେ ନାହିଁ ।
ଖ୍ରୀଷ୍ଟାନ ସ୍କୁଲରେ ପାଠ ପଢ଼ିଲେହେଁ- ମଣି ଦିନେ ଦିନେ ଏକାକୀ ବସି ଜଗନ୍ନାଥଙ୍କୁ ଡାକେ । ସେ ତ ହିନ୍ଦୁ ଘରର ବାଳିକା ! ପାଠ ପଢ଼ୁ, କବି ହେଉ, ତାର ତ ହୃଦୟ କୋମଳତା କଠିନ ହୋଇନାହିଁ । ତାର ବାପ ଅଜା ତେପନ ପୁରୁଷ ଜଗନ୍ନାଥଭକ୍ତ ବୋଲି ଯେ ସେ ଭକ୍ତି କରେ, ତାହା ନୁହେଁ- ସେ ଜଗନ୍ନାଥ କହିଲେ ପ୍ରାଣରେ ଗୋଟାଏ ଅପୂର୍ବ ଆନନ୍ଦ ଲାଭକରେ, ତାର ଆଶା ଜଗନ୍ନାଥ ପୂରଣ କରିବେ, ତାର ସର୍ବଦା ଏହି ଚିନ୍ତା । ସେ ଯେ ନିତି ନିତି ତାଙ୍କୁ ଅଶ୍ରୁରଞ୍ଜିତ ମୁଖରେ କେତେ ଡାକେ, ତାର ମନ ଜାଣେ । ମାତ୍ର ଜଗନ୍ନାଥେ କେବେ ଆନନ୍ଦ ଶୀଘ୍ର ଦିଅନ୍ତି ନାହିଁ । ସେ ପରୀକ୍ଷା କରନ୍ତି, ମନୁଷ୍ୟ ଉତ୍ତୀର୍ଣ୍ଣ ହେଲେ ତାର ପ୍ରାପ୍ୟ ପଦାର୍ଥଟି ତାକୁ ଦିଅନ୍ତି ।
ଉପରେ କଣ ଉଃ ଉଃ ଏପରି ଶବ୍ଦ ହେବାରୁ ତାହା ମଣିର କାନରେ ପଡ଼ି ଗଲା । ସେ ଝଟ କରି ଉପରକୁ ଯାଇ ଦେଖିଲା, ସରୋଜ ରେଜେଇ ଗୁଡ଼ାକ ଘୋଡ଼ାଇ ହୋଇ କମ୍ପୁଛି । ସେ ଆଉ ସମ୍ଭାଳି ପାରିଲା ନାହିଁ, ଯା ସଙ୍ଗେ ସଙ୍ଗେ ତାର ସେବାରେ ଲାଗିଗଲା ।