ଗୋବର ଗୋଟେଇ
ଘୁକରି ଜର ଆସିବ, ଏକବାରେ ଚେତା ଚଇତନ କିଛି ମାତ୍ର ରହିବ ନାହିଁ ।"
ବଡ଼ କଷ୍ଟରେ ସରୋଜ କହିଲା- "ଭାଇ, ଭୁବଲୋକକୁ ଯାଇଥିଲି, ଏ ଚାରିଦିନ ମୁଁ ମଞ୍ଚ କଥା କିଛି ଜାଣି ନାହିଁ । ମଣି ମତେ ଫେରାଇ ଆଣିଚି, ମଣି ତାର ପ୍ରାଣ ଦେଇ ମତେ ବଞ୍ଚାଇଚି । ସେ କଣ ଖାଇଚି କି ନାଇଁ ଆଗ ବୁଝ । ସେ ଦୁଇ ଦିନ ହେଲା କିଛି ଖାଇ ନାହିଁ । ଖାଲି ଜଗନ୍ନାଥ ଜଗନ୍ନାଥ ହେଉଚି- କାନ୍ଦୁଚି ।"
ବିନୋଦ ମଣିକୁ କହିଲା- "ମଣି ! ଏ ସବୁ କି କଥା- ତୋର ଭାରି ଭାଇ ତ ? ଏଥିପାଇଁ ଖାଇ ନାହୁଁ କିଆଁ ? ଆସେ ଆମ୍ଭେମାନେ ଖାଇବା ।" ସରୋଜର ଦେହ ଚିପି ଦେଖିଲା ଆଉ ଜର ନାହିଁ- କେବଳ ନିର୍ବଳତା, ତା ମନରୁ ଭୟ ଛାଡ଼ିଗଲା । ସେ ମଣିକୁ ଘୋଷାରି ଘୋଷାରି ନେଇ ବଡ଼ କଷ୍ଟରେ ଦିଗୁଣ୍ଡା ଖୁଆଇ ଉପରକୁ ଆଣିଲା ।
ସରୋଜର ଦେହ ପୂର୍ଣ୍ଣ ସୁସ୍ଥ ହୋଇଅଛି । ସେ ବିନୋଦ ଜିମାରେ ମଣି ଛାଡ଼ିଦେଇ ପିଉସୀଙ୍କୁ ଆଣିବାକୁ ଯାଇଛି । ବିନୋଦ ଆଜକୁ ପ୍ରାୟ ୨ ମାସ ହେଲା ଛୁଟି ନେଇ ଏଠାରେ ଅଛି । ଏହା ମଧ୍ୟରେ ବହୁତ ସୁଖର ଦିନ ଗତ ହୋଇଅଛି; କେତେ ଦିନ ଦୁଇବନ୍ଧୁ ବସି ମଣି ବିଷୟରେ ଅନେକ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ବାଟ କିଛି ପାଇ ନାହାନ୍ତି । ମଣିର ହୃଦୟ କଥା ବିନୋଦ ପରିଷ୍କାରଭାବରେ ଅନୁଭବ କଲେହେଁ ସରୋଜକୁ କେବେ କୁହେ ନାହିଁ । ଏଣେ ଦୁଇବନ୍ଧୁଙ୍କର ପ୍ରସ୍ତାବ ହୋଇଛି ଯେ, ସେମାନେ ଦୁହେଁ ଖୁବ୍ ଝୁଙ୍କାଏ ବର ଅନ୍ୱେଷଣରେ ବୁଲିବେ । ବିନୋଦ ସେଥିରେ ହଁ ଭରିଚି । ସେଥିପାଇଁ କେତେଦିନ ହେଲା ପିଉସୀଙ୍କୁ ଆଣିବାକୁ ସରୋଜ ଯାଇଛି ।