ନେବ, ମୋତେ ପ୍ରିତିଦିନ ଏପରି ଗଣ୍ଡେ ଗଣ୍ଡେ ପଡ଼ି ଦିଆ ହେବ ? କହିଲୁ ଝିଅ କହିଲୁ, କା ଦିହ ଏଥିରେ ସମାଳିବ । କାଲି ମୋ ଝିଅଟି ଆସିବ- ସେ କଣ ଏକଥା ସହିବଟି କି ? କିଲୋ, ତୋର କଣ ଅଛି- ତୁ ଆମ ଜାତିର ନାଁ ପତିର- ତୋତେ ସାଇତି ବଡ଼ କରିଦେଲେ, ଏଥିପାଇଁ କଣ ତୁ ଘରର ସର୍ବେସର୍ବା ? ସରୋଜ ଆସିଲେ ଏଥର ସବୁ ମୁଁ ଠିକଣା କରି ନେବି ଯେ । ଏଇପରି ଚାକରାଣୀ ରଖିବାକୁ ମୋତେ ଏଇଠିକି ଆଣିଚି, ଆଲୋ ଝିଅ ! ତୁମେ ଆଦୌ ବୁଝି ନାହିଁ । ଏ ଯୋଉ ମଣି, ୟା ଗୁଣ ତୁମେ ନ ଜାଣି ଭଲ ଭଲ ସିନା କହୁଚ- ସାରୁ ଭିତରେ ମାରୁ ନ ଥାଇ ଯିବ କୁଆଡ଼େ ?" ଏପରି କେତେ କେତେ କଥା-
ଏଥର ମଣିର ଆଖିରେ ଲୁହ ଆସିଲା- ସେ ବିପଦ ଗଣିଲା । ତାର ବିପଦ ଯୋଗ ଆସୁଚି । ସରୋଜ ତାକୁ ଛାଡ଼ି ଯାଇଚି, ଏହି ଦୁଃଖ କଷ୍ଟ ପାଇଁ । ବୁଢ଼ୀର ଗୁଣ ଅନୁଭବ କରିବାକୁ ଏତେ ବଡ଼ ଶିକ୍ଷିତା କୁମାରୀ କବିର ହୃଦୟ ବେଶ ଶକ୍ତ ଥିଲା । ସେ ବୁଝିଲା ଏ ଧନର କାଙ୍ଗାଳ । ଆଉ ଏକ ମିନିଟ ସମାଳିଲା ନାହିଁ । ଚାଉଳ ଇତ୍ୟାଦି ସାଧାରଣ ପଦାର୍ଥ ଘରର ଚାବିଟାମାନ ଶୀଘ୍ର ବାହାର କରି ତଳକୁ ଯାଇ ପିଉସୀ ହାତରେ ଦେଇ ଦେଲା । କହିଲା- "ନାନି ! ଏ ଚାବିଟାମାନ ତୁମେ ରଖୁନାହଁ- ସେ ପୂଜାରୀ ମୋତେ ସଦାବେଳ ଖାଇ ପକୋଉଚି । ତମେ ତାକୁ ଜିନିଷପାତି ଏଣିକି ଦେବ ।"
ବୁଦ୍ଧିମତୀର କହିବା ଚାତୁରୀରେ ବୁଢ଼ୀର ଖଳତୁଣ୍ଡର ଚିନ୍ତା ଦବିଗଲା । ସେ ଦାନ୍ତୁରୀ ହସରେ କହିଲେ "ହଉ ହଉ ଜେମା-" ଏହା କହି ଆନନ୍ଦରେ ତାକୁ ନେଇ କାନିରେ ବାନ୍ଧିଲେ ।
କିଛିଦିନ ପରେ ଯେତେବେଳେ ତାଙ୍କର ଝିଅ ଘର ଉଜ୍ୱଳ କରି ପ୍ରକାଶିତ ହେଲେ, ତେତେବେଳେ ଶାନ୍ତି- ଆନନ୍ଦ ମଣି କୋଠରୀରୁ