ଏଣେ ସାପର ଗତିବିଧିକୁ ଦୃଷ୍ଟିରେ ରଖି ନାରାୟଣଙ୍କୁ ସ୍ମରଣ କରୁଥାନ୍ତି । ଏପରି ନିତାନ୍ତ ନାସ୍ତିକର ଯେ ଆଜି ପରିବର୍ତ୍ତନ ହେବ, ଏହା କେହି ସ୍ୱପ୍ନରେ ଭାବି ନଥିଲା । ମାତ୍ର ଯେଉଁ ପ୍ରଭୁଙ୍କ ଆଜ୍ଞାରେ ପଙ୍ଗୁର ଗିରିଲଙ୍ଘନ ଅସମ୍ଭବ ନୁହେଁ- ସେ ଗୋଟିଏ ଜ୍ଞାନବିବେକବାନ୍ ସଦ୍ବୁଦ୍ଧିସମ୍ପନ୍ନ ନାସ୍ତିକକୁ ଆସ୍ତିକ କରିବାରେ ଆଶ୍ଚର୍ଯ୍ୟ କଣ?
ସାପଟା କିଛି କମ୍ ବଡ଼ ନଥିଲା । ଫୁଟେ ପରିଧିବିଶିଷ୍ଟ ୭/୮ ହାତ ଲମ୍ବର ସାପଟି ଯେ ତାଙ୍କୁ ଗୋଟାପଣେ ଗିଳିଦେଇଥାନ୍ତା- ଏଥିରେ କୌଣସି ବୈଚିତ୍ର୍ୟ ନ ଥିଲା; ମାତ୍ର ପ୍ରଭୁ ତାଙ୍କୁ ରକ୍ଷା କଲେ । ସାପଟା ଏପାଖ ସେପାଖ ହୋଇ ଫଣା ବିସ୍ତାର କରି ଚାରିଆଡ଼େ ଚାହୁଁଛି, ହଠାତ୍ ଗୋଟାଏ ପବନର ବେଗ ଝଟ୍ କିନି କୁଆଡ଼ୁ ଅଦ୍ଭୁତ ଭାବରେ ଚାଲିଅଇଲା ।
ଆଗରୁ ତ ବର୍ଷାପବନ, କୁଆପଥର ସବୁ ଯଥାରୀତିରେ ପଡ଼ୁଥିଲା; ତା ଉପରେ ପୁଣି ଏ ପବନ ପ୍ରଳୟ ବେଗରେ ଧମକରି ମାଡ଼ିପଡ଼ିଲା । ହଠାତ୍ ତୋଟା ଭିତରୁ କେତେ ଯେ ଗଛ ମଡ୍ ମାଡ୍ ଭଡ୍ ଭାଡ୍ ଭାଙ୍ଗିଗଲା ତାର ସୀମା ରହିଲା ନାହିଁ । ଶ୍ୟାମବାବୁଙ୍କର କାନ ତାବଦା ହୋଇଗଲା । ସେ ଆଉ କିଛି ନିଜେ ଚେଷ୍ଟା କଲେ ନାହିଁ । ଗଛମୂଳରେ ଥିଲେ ସୁଦ୍ଧା ସବୁ ପ୍ରଭୁଙ୍କ ଉପରେ ପକାଇଦେଲେ । ଦେଖିଲେ ଯେ, ସାପଟା ଯେଉଁ ଗଛମୂଳେ ଥିଲା ହଠାତ୍ ଏତେ ବେଗରେ ଗଛଟା ଦାଉଁକରି ପଡ଼ିଗଲା ଯେ ସାପଟା କେଉଁଆଡ଼େ ସେଠାରେ ମାଟିରେ ମିଶିଗଲା । ଆଉ ତାଙ୍କର ଅବିଶ୍ୱାନ କରିବାର ଉପାୟ ନ ଥିଲା । କାରଣ ସେ ଦେଖିଲେ ଯେ, ସାପର ଆଲୁଅ ମୁଣ୍ଡଟା ତଳେପଡ଼ି ଏପାଖ ସେପାଖ ହେଉଚି, ମାତ୍ର ତାହା ଆଉ ବାହାରିବାର ଉପାୟ ନାହିଁ ।
ହରି ହେ- ତମକୁ ଛାଡ଼ି ମୂଢ଼ ବିପଦକୁ ଡାକି ଆଣିଲା ସିନା?' ଏମିତି କହି ନୂଆ ସାହସରେ ଶ୍ୟାମବାବୁ ଉଠିପଡ଼ିଲେ । ବାହାରେ ଛିଡ଼ା-