ପୃଷ୍ଠା:Gobar Gotei (C Mohapatra, 1930).pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

କବି । ଏହାର ବିବାହ ପାଇଁ ଶତଶତ ବଡ଼ ବଡ଼ ଘରର ପୁଅ ଇଚ୍ଛୁକ; ମାତ୍ର ସରୋଜ ସର୍ବଗୁଣ ସଂପନ୍ନ ଭାବରେ ବର ଖୋଜୁଛି । ଏ ଗୃହକୋଣ ଚାନ୍ଦିନୀ ମାର୍କଟା ତାକୁ ଅସୁନ୍ଦର କୁତ୍ସିତ ବର୍ଣ୍ଣନା କରି ଦୂର ଦୂର କରୁଚନ୍ତି- ଯେପରି ସେ ଆଦୌ ଏମାନଙ୍କ ସଂସ୍କୃତ କଳ୍ପନା ବୁଝି ପାରୁ ନାହିଁ । ହାୟ ! ହାୟ ! ହାୟ !

ଆଗରୁ ତ ଚାବିକାଠିଟି ବୁଢ଼ୀ ପାଇ ଯାଇଥିଲେ । ତେଣୁ ଆଜି କାଲି ଘରଧନ ବିକିରି କିଣିରି ଲୁଚାଇ ଲୁଚାଇ କରିବାକୁ ତାଙ୍କୁ ବେଶ ସୁବିଧା ମିଳୁଥିଲା । ଚାକର ବାକରଙ୍କ ଠାରୁ ଶୁଣିଲେହେଁ ଏବଂ ସ୍ୱୟଂ ଦେଖିଲେହେଁ ମଣି କିଛି ମାତ୍ର କ‌ହେ ନାହିଁ- ତୁନି ହୋଇ ରହେ ।

ଦିନେ ମଣି ପଚାରି ଦେଇଥିଲା "ପିଉସି ! ସେ ମହଣକ ଡାଲି କଣ ସରିଗଲାଣି ?" ଆଉ କ‌ହିବାକୁ ଅବସର ନ ଦେଇ ବୁଢ଼ୀ ଯାହା ବକିଥିଲା, ଛାଡ଼ । ଶୁଣିଲେ ହୃଦୟ କଣ ହେଇଯିବ ।

"କିଲୋ ତୋର ଏଡ଼େ ମଗଦୂର- ଏ ଘରେ ତୁ କଣ ରଜା- କିଏ ଖାଇଗଲା କି? ଆଲୋ ମୁଁ ଚୋରଣୀ ନୁହେ ଲୋ- ମୁଁ ଘର କିରିଚି ମ ମା'- ମୋ ଘରେ ତ ଅଚଳାଚଳ ସମ୍ପତ୍ତି ଥିଲା- କେତେ କାହାକୁ ବାଣ୍ଟି ଦେଇଚିଲୋ ଝିଅ । ଆଜି ମୋର ସବୁ ମରି ହଜିଗଲେ ବୋଲି ନାହିଁ । ଏ ସମ୍ପତ୍ତି ମୋର ମୂଢ଼ି ଖିଆକୁ ନିଅଣ୍ଟ-

ସେଠୁ ଝିଅ ବାହାରି ପଡ଼ିଲେ- ମୋର ମାମୁଁର ତ ଘର- ଏ ଛତରଖାଇର ଗଲା କଣ ? କିଲୋ, ଏହାରି ତଳେ ଚାକିରି କରି ଆସିଚୁ କିଲୋ, ଶେଷ କାଳକୁ, ମଲା ଯେ-

ପରଧନରେ ଲହର ପ‌ହର
ଛଡ଼େଇ ନେଲେ ବିକଳେ ମର