ପୃଷ୍ଠା:Gobar Gotei (C Mohapatra, 1930).pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ଏ ମା- ତୁ ସିମିତି କଥା କ‌ହିବୁ ନାହିଁ- ତୁ ପରା ଛୋଟଘର ଝିଅ, ତୁ ବଡ଼ କଥା କାହୁଁ ଜାଣିବୁ । ପାଠରେ ନାଇଁ ଲୋ ମା ସେ କଥା ।

ମା ଝିଅ ଠିକ ମୋଫସଲି କଜିଆଖୋରଣି ପରି ତାକୁ ଆଉ କଥା କ‌ହିବାକୁ ଦେଲେ ନାହିଁ । ତାଙ୍କର ମନ, ଯଦି କିଛି ଉତ୍ତର କରନ୍ତା ତେବେ ଝାଡ଼ୁ ବାଡ଼ି ବେଇ ବାହାର କରିଦିଅନ୍ତୁ ।-

ହାୟ, ହାୟ ! ବୃଦ୍ଧା ସେ କିଏ- ତାକୁ ତୁମେ ଚିହ୍ନିନାହଁ ? କାହା ପ୍ରତି ଆଜି ଏ ଅତ୍ୟାଚାର କରୁଚ, ସରିଯାଇଚି ବୋଇଲେ ଆଉ ସେ ଅଣାଇ ଦେବ ଏଥିପାଇଁ ପଚାରିଥିଲା- ତୁମର ଏହି ଚାଉଳ ଡାଲି ବିକ୍ରୟକୁ ସେ ଖାତିର କରେ ନାହିଁ । ଯେ ଇଚ୍ଛାକଲେ ଜଣକୁ କ‌ହି ତୁମ୍ଭଙ୍କୁ ଧନରତ୍ନରେ ପୋତି ଦେଇପାରେ ତା'ଉପରେ ଏ ଭଳି କର୍କଶ ବାଣୀ । ଏ ଯେ ମୋଫସଲ ନୁହେଁ- ସେ ଯେ କଜିଆଖୋରଣୀ ନୁହେଁ- ସେ ଭଦ୍ରମହିଳା ।

କିପରି ଦିନଯାଏ- ରାତି ଆସେ, ରାତି ଯାଏ- ଦିନ ଆସେ, ଏହା ମଣିର ହୃଦୟ ବୁଝିପାରିଲା ନାହିଁ । ସର୍ବଦା ପ୍ରଭୁଙ୍କୁ ଡାକିଲା- ସେ କିପରି ଏ ଦୁଃଖରୁ ତ୍ରାଣ ପାଇବ । ସରୋଜ ପାଖରୁ ବାରମ୍ବାର ପତ୍ର ପାଏ, ମଧ୍ୟ ଦିଏ । ମାତ୍ର କେବେ ଏ କଥା ଲେଖେ ନାହିଁ । କିପରି ଲେଖିବ, କଣ ଲେଖିବ, ଠିକ୍ କରିପାରେ ନାହିଁ- ଲେଖିଲେ ସରୋଜ କଣ ଭାବିବ ? ସେ ଯଦି ତା' କଥାରେ ବିଶ୍ୱାସ ସ୍ଥାପନ ନ କରେ- ତେବେ ? ପୁଣି ଏହି ଛାର କଥାଗୁଡ଼ାକ କଣ ଲେଖିବ ?

ଆସ୍ତେ ଆସ୍ତେ ଅଙ୍ଗୁଳି ପ୍ରବେଶାତ୍ ବାହୁ ପ୍ରବେଶ ପରି ମା ଝିଅ ମଣିକୁ ଦାସୀପରି ଚକ୍ଷୁରେ ଦେଖିଲେ । ତାର ସ୍ୱଭାବ- ସେ କୌଣସି କଥାର ଉତ୍ତର ଦେଇ ପାରେ ନାହିଁ କିମ୍ବା ଏହି ବିଶାଳ ସଂପତ୍ତିର