ଗୋବର ଗୋଟେଇ
ମଣିର କୋମଳ ଇଙ୍ଗିତକୁ ଛାଡ଼ି ଚାଲି ଯାଇ ପାରୁ ନାହାନ୍ତି । ଦିନ ରାତି ବକ ବକ ହେଲେ ମଣିଷ କେତେ ସହିବ- କେତେ ଶୁଣିବ ? କହିବାକୁ କାର ସାଧ୍ୟ ? କହିଲେ କାର ଚୁଟି ପିଠି ତ ରହିବ ନାହିଁ ।
ଯଦି କେହି ଖାଇ ଜାଣେ- ତେବେ ତାଙ୍କ ମା ଝିଅ; ଯଦି କେହି ଦାନ ଧ୍ୟାନ କରେ- ତେବେ ତାଙ୍କର ଘର; ଯଦି କେହି ସୁନ୍ଦର ତେବେ ସେ ନିଜେ । ସମସ୍ତଙ୍କର ବାହୁନା । ନିଜେ ମାଙ୍କଡ଼ ପରି ସୁନ୍ଦର-ମାତ୍ର-ଅପରର ନାକ କାର ବଂଶୀ ପରି- ଆଖି କାର ନୀଳକଇଁ ପରି, ମୁହଁ କାର ଗୋଲାପ କଢ଼ି ପରି- ପଦ୍ମଫୁଲ ପରି- ବାଳ କାର ଭ୍ରମର ପରି; ଏଗୁଡ଼ାକୁ ସୁନ୍ଦରୀଶିଖରା ବାହାଡ଼ାଦାନ୍ତି ଚେପଟାନାକୀ ବଳଦଆଖି ଲୋଦରପେଟି ଘୋଡ଼ାଗୋଡ଼ି ଆଦୌ ପସନ୍ଦ କରନ୍ତି ନାହିଁ । ତାଙ୍କ ପରି ଯାହାର ଅଙ୍ଗ ପ୍ରତ୍ୟଙ୍ଗ, ସେ ମହାମହିମାମୟୀ- ସୁନ୍ଦର ସଂସାର ରାଜରାଜେଶ୍ୱରୀ । ଧନ୍ୟରେ ସଂସାର ! ଏଗୁଡ଼ିକୁ କେବେ ତୋ କୋଳରୁ ବିଦାୟ ଦେବୁ ?
ମଣି ସକାଳେ ଟେଲିଗ୍ରାମ ପାଇଚି ଯେ, "ସରୋଜ ଏକା ଆଜି ଆସି ସନ୍ଧ୍ୟାବେଳେ ପହଞ୍ଚିବ ।" ସରୋଜ ଫେରି ଆସିବାର ପ୍ରଧାନ କାରଣ ମଣିର ଲେଖାରେ ମାଧୁରୀଶୂନ୍ୟତା ଦେଖି । ମଣିର ଚିଠି ଏବେ କିପରି ବିପଦ ଗ୍ରସ୍ତର ଲେଖା ପରି ଜଣା ଯାଏ । ତାହା ପଢ଼ି ସରୋଜର ସନ୍ଦେହ ହେଲା । ସେ ଜାଣେ ଯେ, ତାର ପିଉସୀ ମୋଫସଲର ଲୋକ । କାଳେ ମଣିକୁ କିଛି ହୀନସ୍ତା କରି ଥିବ ? ସନ୍ଦେହ ଦୋଳାରେ ଦୋଳାୟମାନ ହୋଇ ସରୋଜ ଘରକୁ ଫେରିଲା । ତାର ମଧ୍ୟ ଫେରିବାର ସମୟ ହୋଇଥିଲା । କାରଣ ୧୦ ଦିନ ହେଲା ବିନୋଦ ତାକୁ ଛାଡ଼ି ଚାଲି ଯାଇଥିଲା । ସହରରେ ଆଉ ବେଶୀ ଦିନ ରହିବାର ପ୍ରୟୋଜନ ନାହିଁ- ଢେର୍ ସେ