ଗୋବର ଗୋଟେଇ
ଆଲୁଲାୟିତ । ଲୁଗା ପଟା ଅସଂଯତ- ମୁହଁ ଶୁଖି ଯାଇଚି- ଦେହରେ ଯେପରି ପ୍ରାଣ ନାହିଁ ।
ତାର ମନେ ହେଲା, "ଏହି ବିକଚ ଶତଦଳଟିକୁ ମୁଁ କାହା ପାଖରେ ଦେଇଗଲି- ଯେ କୃମିର କୀଟ, ସେ ତାର କି ତତ୍ତ୍ୱ ନେବ ? ଆହା, ମୋର ଜୀବନର ଶ୍ରେଷ୍ଠ ଧନଟି କଣ ଏହି ଅବସ୍ଥା ? ତେବେ ବିନୋଦ କଥା ଠିକ୍- ?"
ବ୍ୟଥିତ ସରୋଜ କାନ୍ଦି କାନ୍ଦି ଯାଇ ମଣିକୁ କୋଳକୁ ଟାଣି ଆଣିଲା । ମଣିର ଆଖି ଫିଟିଗଲା । ସେ ଯାହା ଦେଖିଲା, ତାର ହୃଦୟ ପୁଷ୍ପ ଫୁଟିଉଠିଲା । ପ୍ରାଣରେ ପୁଲକ ଆସିଲା । ମନ ଦୁଃଖ କ୍ଳେଶ ଅଭିମାନ ଭୁଲିଯାଇ ଆନନ୍ଦରେ ନାଚିଲା; ମାତ୍ର ଅଭିମାନିନୀ ସରୋଜକୁ ଦୁଇ ବାହୁରେ ହୃଦୟ ପାଖକୁ ଟାଣି ଆଣିବାକୁ ଇଚ୍ଛାକଲା, ମାତ୍ର ପାରିଲା ନାହିଁ- ତାର ଆଖିରୁ ଠସ୍ ଠସ୍ ଲୁହଧାର ବହିଗଲା ।
ବହୁ ବେଳ ଧରି ଦୁହେଁ ଦୁହିଁଙ୍କୁ ଧରି କାନ୍ଦିଲେ । ଏହି କ୍ରନ୍ଦନରେ ବହୁଦିନର ଅଭିଶାପ ଦୂରହେଲା ପରା ! ସରୋଜ ମଣିକୁ କିଛି ପଚାରିଲା ନାହିଁ; ମାତ୍ର ଏତିକି କହିଲା- "ମଣି ଖାଇଚୁ- ? ମୁହଁ ତ ଶୁଖିଲା ଦିଶୁଚି ?"
ଆଜି ନିଦ ଭାଙ୍ଗିବା ସଙ୍ଗେ ତାର ପ୍ରିୟଦର୍ଶନ ହେବ; ସେ ଆଦୌ ଭାବି ନଥିଲା; ମାତ୍ର ପ୍ରଭୁଙ୍କ କରୁଣାକୁ ସେ ଶତ ଶତ ଧନ୍ୟବାଦ ଦେଇ କହିଲା- "ମୋର ଦେହ ଖରାପ ଥିଲା ବୋଲି ଖାଇ ନାହିଁ ।" ଏତିକି କହି ଭାଇଙ୍କ ପାଇଁ କିଛି ବନ୍ଦୋବସ୍ତ କରିବା ପାଇଁ ତଳକୁ ଗଲା । ଅଲାଜୁକ ଝିଅଟା ସମାଳି ପାରିଲା ନାହିଁ- ଝଟ୍କିନି କହିଦେଇ ଆସିଲା- ଭାଇ ଅଇଲେଣି । ବୁଢ଼ୀ ଏଥର ଚମକି ପଡ଼ିଲେ । ତେବେ ମଣି ବିରୁଦ୍ଧରେ ବାକ୍ୟବାଣ ସବୁ ପ୍ରସ୍ତୁତ କଲେ । ହାୟ, ଏତେ