ପୃଷ୍ଠା:Hada bagicha.pdf/୧୨୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୁବ୍ ଜୋରରେ ଛିଞ୍ଚାଡ଼ି ହୋଇ ପିଟିହେଲା । ବୁଢ଼ା ଦୁଲଦାଲ୍ କଚାଡ଼ିହୋଇ ଗାଈପେଟରେ ପଡିଗଲା । ପ୍ରାୟ ଏକମିନିଟ ଯାଏ ତାର ଓଠ-ଗାଲ-ନାକ-ଆଖି ଏବଂ ହାତ ଗୋଡ଼ର ଆଙ୍ଗୁଠି ସବୁ ଭିଡ଼ିମୋଡ଼ି ହୋଇ ଦେହଟା ନିଷ୍ପନ୍ଦ ନିଥର ହୋଇଗଲା । ବୁଢ଼ା ଶବ ପାଲଟି ଗଲା । ନବେ ଦିନର ବହଳିଆ ଅନ୍ଧାର ଭରପୁର ହୋଇ ରହିଥିବା ତାର ସବାଶେଷ ବାକ୍ସଟି ସ୍ୱପ୍ନହୀନ ହୋଇ ପଡ଼ିଥିଲା । ବର୍ଣ ବଗିଚା (ତିନିଘଣ୍ଟାର ବୟସରୁ ତିନିମାସର ବୟସ ଯାଏ ଇଟାଭାଟିରେ "କାନ୍ଦିବା' କାମକରି ମୃତ୍ୟୁ ଲଭିଥିବା ସେଇ କ୍ଷୁଦ୍ରତମ ଶିଶୁଶ୍ରମିକର ସ୍ମୃତିରେ)ଲଭିଥିବା ସେଇ କ୍ଷୁଦ୍ରତମ ଶିଶୁଶ୍ରମିକର ସ୍ମୃତିରେ) ଏ ବିଶ୍ୱର ସୃଷ୍ଟି ଏକ ଗଳ୍ପରୁ । ଏକଦା ସେ ଗଳ୍ପ ଭିତରେ ଥିଲା ମକରା ଜାଲ ପରି ମୁଠାଏ ବାସ୍ପ ବାସ୍ପ ଭିତରେ ଥିଲା ଅଲୌକିକ ଏକ ଗର୍ଭାଶୟ ଗର୍ଭାଶୟ ଭିତରେ ଥିଲା ଅବିନାଶୀ ବୁନ୍ଦାଏ ରୁଧିର ରୁଧିର ଭିତରେ ଥିଲା ଅଣୁଟିଏ ଅନିବାର୍ଯ୍ୟ ରେତ ରେତ ଭିତରେ ଥିଲା ଅକ୍ଷରାକାର ଏକ ପରମ-ଅଣୁ ବୀଜ ପରମ-ଅଣୁର ଉକ୍ତ ବୀଜ ହିଁ ମୋ ପ୍ରାହମ୍ । ଅଣୁ ଚାରିପଟେ ଘୂର୍ଣିବାତ୍ୟାପରି ଅହରହ ମୁଁ ଘୂରୁଥିଲି ଅର୍ବୁଦ ବୟସ କାଳ । ଅଣୁଭିତରେ ପରମ-ଅଣୁ ମୁଁ । ରେତ ଭିତରେ ବୀଜ । ବୀଜ ଭିତରେ ବୀଜାକାର ମୁଁ । ଅକଳନ୍ତି ଘୂର୍ଣନପରେ ମୋ ବୀଜାକାର ପ୍ରାହମ୍ ନେଲା ଭିନ୍ନ ଏକ ଆକାର- ବସୁନ୍ଧରାକାର-ଗୋଲାକାର-ଅଣ୍ଡାକାର-ଠ-ଅକ୍ଷରାକାର । ଫାଟଟିଏ ହେଲା ।